(ସୌମ୍ୟ ରଂଜନ ସେଠୀ ) ପୁଣି ପୋଲସିକୁ ବଡ ସଫଳତା, ପୋଲିସ ଗୁଳିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ । ମାଲକାନଗିରି ସୀମାନ୍ତ ନାରାୟଣପୁରରେ ପୁଲିସ ମାଓବାଦୀ ଗୁଳି ବିନିମୟରେ ଚାରିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ଜଣ ପୁରୁଷ ଥିବା ଜଣାପଡ଼ିଛି । କୁକ୍ରାଝୋର ଥାନା ଅର୍ନ୍ତଗତ ନାରାୟଣପୁର ନିକଟ ଗୁମିୟାବେଡା ଠାରେ ଆଜି ଅପରାହ୍ନରେ ପୋଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ମାଓବାଦୀ ପ୍ରାଣ ହରାଇଛନ୍ତି । ଏହାସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଥିବାର ସୂଚନା ।