ଭାଲୁ କ୍ରମଣଆରେ ବୃଦ୍ଧା ଗୁରୁତର

( ଜଗନ୍ନାଥ ଅଗ୍ରୱାଲ) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳକୁ ଦାନ୍ତକାଠି ସଂଗ୍ରହ କରିଯାଇଥିବାବେଳେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ହେଲେ ଦୁବନାଳୀ ଗାଁର ବୃଦ୍ଧା ବିଛେଇ (୮୦ ) ବୋଲି ଜଣାପଡିଛି । ସେ ଚିତ୍କାର କରିବାରୁ ଗ୍ରାମବାସୀମାନେ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ବୃଦ୍ଧାକୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ତାଙ୍କର ଛାତିରେ ଗୁରୁତର ଭାବେ ଆଘାତ ଲାଗିଥିବା ଜଣାପଡିଛି ।