(ଅନୁସ୍ୱୟା)ଭୁବନେଶ୍ୱର: ଗତ ଶନିବାର ଦିନ ଜଗା ବଳିଆ କଟକ ଏସସିବିରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସେମାନଙ୍କୁ ସାକ୍ଷାତ କରିବା ସହ ଜଗା ସ୍କୁଲ ଯିବ ବୋଲି କହିଥିଲେ ।
କଟକ ଏସ୍ସିବିରେ ଜଗା କାଳିଆଙ୍କ ରହିବା ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁଇ ଶିଶୁଙ୍କୁ ଏସ୍ସିବିର ସର୍ଜରି ବିଭାଗର ୧ ନମ୍ବର କ୍ୟାବିନ୍ରେ ରଖାଯାଇଛି । ଦୁଇ ଭାଇଙ୍କ ଚିକିତ୍ସା ପାଇଁ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଟିମ୍ ଦୁଇ ଜଣଙ୍କ ଉପରେ ଚବିଶ ଘଣ୍ଟିଆ ନଜର ରଖିବେ । ଏହା ସହ ଆଜି କଟକ ବଡ ମେଡିକାଲରେ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ବୈଠକ ଅନୁଷ୍ଠିତ ହେବ । ଏକ ୧୪ଜଣିଆ ଡ଼ାକ୍ତର କମିଟି ଏହି ବୈଠକରେ ଭାଗନେବେ । ସେମାନେ କାଳିଆର ସ୍ୱାସ୍ଥ୍ୟାବସ୍ଥା ସହ ଜଗାର ସ୍କୁଲ ଯିବା ନେଇ ଆଲୋଚନା କରିବେ ବୋଲି ଜଣାପଡିଛି ।