ଯାତ୍ରୀଙ୍କୁ ଆନୁଷଙ୍ଗିକ ସୁବିଧା ଦେଇ ଭୁବନେଶ୍ୱର ବିମାନବନ୍ଦର ପୁରସ୍କୃତ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ବେଷ୍ଟ ଏୟାରପୋର୍ଟର ମାନ୍ୟତା କୁ ନିଜ ଖାତାକୁ ଆଣିଛି । ଇଣ୍ଡୋନେସିଆ ବାଲିରେ ଆୟୋଜିତ ଏଏସକ୍ୟୁ ପୁରସ୍କାର ଉତ୍ସବରେ ଏହି ପୁରସ୍କାର ମିଳିଛି । ବିମାନ ଯାତ୍ରୀଙ୍କ ପ୍ରତି ବ୍ୟବହାର, ଉତ୍ତମ ପରିବେଶ, ବିମାନ ଯାତ୍ରୀଙ୍କୁ ସର୍ବୋତ୍ତମ ସୁବିଧାକୁ ନେଇ ସର୍ବେକ୍ଷଣ କରାଯାଇଥିଲା । ଏଥିରେ ଭୁବନେଶ୍ୱର ଏୟାରପୋର୍ଟ ବାଜିମାତ କରିଛି। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏୟାରପୋର୍ଟ କାଉନ୍ସିଲ ଇଣ୍ଟରନ୍ୟାଶନାଲ ପକ୍ଷରୁ ପୁରସ୍କାର ଦିଆଯାଇଥିବାବେଳେ ୨ରୁ ୫ ମିଲିୟନ ଯାତ୍ରୀ କାଟାଗୋରୀରେ ଏହି ପୁରସ୍କାର ମିଳିଛି।
ଚଣ୍ଡୀଗଡ଼ ଏୟାରପୋର୍ଟ, ଇନ୍ଦୋର ଏୟାରପୋର୍ଟ ଓ ଅହମଦାବାଦ ଏୟାରପୋର୍ଟକୁ ମଧ୍ୟ ପୁରସ୍କାର ମିଳିଛି ।