ମହିଳାଙ୍କ ପାଇଁ ରଣକ୍ଷେତ୍ର ପାଲଟିଲା ରାଜମହଲ

(ଶୁଭସ୍ମିତା ଦାଶ / ରିପୋର୍ଟସ ଟୁଡ଼େ ) : ସବୁଦିନ ପରି ସ୍ୱାଭାବିକ ଥିଲା ରାଜଧାନୀର ବ୍ୟସ୍ତ ବହୁଳ ରାଜମହଲ ଛକ । ଦିନର ସମୟ ଗଡ଼ିବା ସହିତ ଯାନାବାହାନ ଚଳାଚଳା ମଧ୍ୟ ବେଶ ବଢିଥିଲା । ହେଲେ ଅପରାହ୍ନରେ ବଦଳି ଯାଇଥିଲା ରାଜମହଳ ଛକର ରୂପରେଖ । ବନ୍ଦ ହୋଇଗଲେ ଚକ ଅଖ । ଦେଖୁ ଦେଖୁ ଛକ ପାଲଟି ଯାଇଥିଲା ରଣକ୍ଷେତ୍ର । ମୁହାଁ ମୁହାଁ ହୋଇଥିଲେ ସାଧାରଣ ଜନତା ଓ ପୋଲିସ । କେବଳ ଏତିକିରେ ଥମି ନିଥିଲା ଘଟଣା । ପୋଲିସକୁ ଲାଠି ଚାର୍ଜ ମଧ୍ୟ କରିବାକୁ ପଡ଼ିଥିଲା । ପୋଲିସ ମାଡ଼ରେ ଲହୁଲୁହାଣ ହୋଇଥିଲେ ସାଧାରଣ ଜନତା ।

ଏହି ପୁରା ଘଟଣା ଆରମ୍ଭ ହୋଇଥିଲା ଏକ ମହିଳାଙ୍କ ଠାରୁ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସବୁ ଛକରେ ଚାଲିଛି ଜୋରଦାର ଚେକିଂ । କାଲି ରାଜମହଲରେ ଛକରେ ମଧ୍ୟ ଚେକିଂ ଜାରିରହିଥିଲା । ଏହି ସମୟରେ ମହିଳାଙ୍କ ଗାଡ଼ିକୁ ଅଟାଇଥିଲେ ପୋଲିସ । ତାଙ୍କୁ ଗାଡ଼ିର କାଗଜ ପତ୍ର ମଗାଯାଇଥିବା ବେଳେ ସେ କିନ୍ତୁ ପୋଲିସକୁ ଗାଡ଼ିର କାଗଜ ପତ୍ର ଦେଖାଇବା ପାଇଁ କହିଥିଲେ । ପୋଲିସ ସହିତ ଯୁକ୍ତିତର୍କ କରିଥିଲେ ମହିଳା ଜଣକ । ଏହିଠୁ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ । ଅଳ୍ପ ସମୟ ମଧ୍ୟରେ ରଣକ୍ଷେତ୍ର ପାଲଟିଗଲା ରାଜମହଲ ଛକ । ନିୟମ ଲାଗୁ ହେବାର ୭ ଦିନ ପରେ ଗାଡ଼ିର କାଗଜପତ୍ର ଦେଖାଇପାରି ନଥିଲେ ପୋଲିସକୁ । ଓଲଟା ପୋଲିସ କୁ କାଗଜ ପତ୍ର ମାଗିଥିଲେ । ଏଠି ପ୍ରଶ୍ନ ଉଠେ କି ସେ ଚାହଁଥିଲେ କଣ ଏହି ଲଙ୍କାକାଣ୍ଡକୁ ମହିଳା ଜଣକ ଅଟକାଇପାରି ନଥାନ୍ତେ । ପୋଲିସର ଲାଠି ଚାର୍ଜ ପର୍ଯ୍ୟନ୍ତ କଥା ଯାଇଥାନ୍ତା କାହିଁକି? ଏପରି ସେ ନିଜ ସ୍ୱାର୍ଥ ପାଇଁ କଲେ ନା ଏହି ଆଇନକୁ ନେଇ ସାଧାରଣ ଜନତା ହଇରାଣ ହେଉଥିବା କାରଣ ପାଇଁ ? ମହିଳା ଜଣକ ଉଦ୍ଦେଶ୍ୟ ମୂଳକ ଭାବେ ଏପରି କାଣ୍ଡ ଭିଆଇ ନାହିଁନ୍ତି ତ ? । ତେଣୁ କରି ଏହି ପୁରା ଘଟଣାର ନାୟିକା ଏହି ମହିଳା ବୋଲି କୁହାଯାଉଛି ?