ନଦୀରେ ବୁଡି ବୃଦ୍ଧଙ୍କ ଜୀବନ ଗଲା

(ସନ୍ତୋଷ କୁମାର) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ନୂଆସହିର ହରି କୁଲେସିକା(୬୫)ଙ୍କର ନଦୀ ପାର ହେଉଥିବା ସମୟରେ ବୁଡିଯାଇ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ନିଜ ସ୍ତ୍ରୀକୁ ଖାଇବାକୁ ଦେବାପାଇଁ ସେ କଲ୍ୟାଣି ନଦୀ ପାର ହେଉଥିଲା ଏବଂ ସେହି ସମୟରେ ନଦୀରେ ଜଳସ୍ତର ଅଧିକ ଥିବାରୁ ସେ ନଦୀରେ ବୁଡି ପ୍ରାଣ ହରାଇଥିଲେ । ହରିର ମୃତ ଦେହକୁ ସେହି ନଦୀରେ ଗାଧୋଉଥିବା କିଛି ଲୋକ ଉଦ୍ଧାର କରି ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତ ହରି କୁଲେସିକା ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।