ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ଚିନ୍ତା ବଢ଼ାଇଲା ଯଶସ୍ୱୀଙ୍କ ଫର୍ମ

ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଖରାପ ଫର୍ମ। ସିରିଜ୍‌ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ପାଇଁ ଭାରତୀୟ ଦଳ ଏକ ଅଭ୍ୟାସ ମ୍ୟାଚ୍‌ ଖେଳୁଛି। କିନ୍ତୁ ଏହି ମ୍ୟାଚ୍‌ରେ ମଧ୍ୟ ଯଶସ୍ୱୀ ବଡ଼ ସ୍କୋର କରିପାରିନାହାନ୍ତି। କଲମ୍ବୋର ନଣ୍ଡେସ୍କ୍ରିପ୍ଟସ କ୍ରିକେଟ କ୍ଲବ (ଏନସିସି) ଗ୍ରାଉଣ୍ଡରେ ଶ୍ରୀଲଙ୍କା କ୍ରିକେଟ୍ ଏକାଦଶ ବିପକ୍ଷରେ ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳାଯାଉଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ ଯଶସ୍ୱୀ ଜୟସ୍ୱାଲ। କିନ୍ତୁ ମାତ୍ର ୨ଟି ବଲ୍‌ ଖେଳି ଖାତା ଖୋଲିବା ପୂର୍ବରୁ ସେ ଆଉଟ୍ ହୋଇଥିଲେ।

Why did Yashasvi Jaiswal switch from Mumbai to Goa for domestic cricket? -  Sports News | The Financial Express

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା କ୍ରିକେଟ୍ ଏକାଦଶ ୮ ୱିକେଟ୍‌ରେ ୩୬୩ ରନ୍ କରି ଇନିଂସ ଘୋଷଣା କରିଥିଲା। ଏହାପରେ କେଏଲ୍ ରାହୁଲଙ୍କ ସହ ଭାରତର ଇନିଂସ ଆରମ୍ଭ କରିଥିଲେ ଯଶସ୍ୱୀ। ଶ୍ରୀଲଙ୍କାର ବାମହାତରେ ଦ୍ରୁତ ବୋଲିଂ କରୁଥିବା ବିଶ୍ୱ ଫର୍ଣ୍ଣାଣ୍ଡୋଙ୍କ ବଲ୍‌ରେ ସେ ଆଉଟ୍ ହୋଇଥିଲେ। ଇନିଂସର ଦ୍ୱିତୀୟ ବଲ୍‌ରେ ଅଫ୍‌-ଷ୍ଟମ୍ପ ବାହାରେ ଥିବା ବଲ୍‌କୁ ବ୍ୟାଟ୍‌ରେ ଖେଳିବାକୁ ଚେଷ୍ଟା କରିଥିଲେ ଯଶସ୍ୱୀ। କିନ୍ତୁ ବଲ୍‌ଟି ତାଙ୍କ ବ୍ୟାଟ୍‌ରେ ଲାଗି ଗଲି ଅଞ୍ଚଳରେ ଥିବା ଫିଲ୍ଡରଙ୍କ ହାତକୁ ଚାଲିଯାଇଥିଲା। ଫଳରେ ଶୂନ୍ୟ ରନ୍‌ରେ ପ୍ୟାଭିଲିୟନ୍ ଫେରିଥିଲେ ଭାରତୀୟ ଓପନର।

'We'll be back stronger': Yashasvi Jaiswal puts out fiery post following  defeat in Australia Tests

ଏହି ଆଉଟ୍ ପରେ ଟେଷ୍ଟ କ୍ରିକେଟ୍‌ରେ ଯଶସ୍ୱୀଙ୍କ ଏକ ବଡ଼ ସମସ୍ୟା ପୁଣି ସାମ୍ନାକୁ ଆସିଛି। ବାମହାତରେ ଦ୍ରୁତ ବୋଲିଂ କରୁଥିବା ବୋଲରଙ୍କ ବିପକ୍ଷରେ ଯଶସ୍ୱୀ ବାରମ୍ବାର ଅସୁବିଧାରେ ପଡ଼ୁଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ଏପର୍ଯ୍ୟନ୍ତ ୯ ଥର ବାମହାତୀ ଦ୍ରୁତ ବୋଲରଙ୍କ ବଲ୍‌ରେ ଯଶସ୍ୱୀ ଆଉଟ୍ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଶେଷ ଟେଷ୍ଟ ସିରିଜ୍‌ର ଶେଷ ୪ଟି ଇନିଂସରେ ଦକ୍ଷିଣ ଆଫ୍ରିକାର ବୋଲର ମାର୍କୋ ଜାନସେନ୍ ଯଶସ୍ୱୀଙ୍କୁ ୩ ଥର ଆଉଟ୍ କରିଥିଲେ। ସେହି ସିରିଜ୍‌ରେ ଭାରତ ୦-୨ରେ ପରାଜୟ ବରଣ କରିଥିଲା।

Yashasvi Jaiswal reveals his winning blueprint to convert starts into big  scores: 'When it's your day...'

ସେହିପରି ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ଏବଂ ଦକ୍ଷିଣ ଆଫ୍ରିକାର ନାଣ୍ଡ୍ରେ ବର୍ଗର ମଧ୍ୟ ଟେଷ୍ଟ କ୍ରିକେଟ୍‌ରେ ଯଶସ୍ୱୀଙ୍କୁ ୩ ଥର ଲେଖାଏଁ ଆଉଟ୍ କରିଛନ୍ତି। ଏବେ ପୁଣି ଜଣେ ବାମହାତୀ ଦ୍ରୁତ ବୋଲରଙ୍କ ବଲ୍‌ରେ ଆଉଟ୍ ହେବା ତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। କେବଳ ବାମହାତୀ ଦ୍ରୁତ ବୋଲରଙ୍କ ବିପକ୍ଷରେ ସମସ୍ୟା ନୁହେଁ, ଯଶସ୍ୱୀଙ୍କ ସାମ୍ପ୍ରତିକ ଫର୍ମ ମଧ୍ୟ ଭଲ ନାହିଁ। ତାଙ୍କର ଶେଷ ୫ଟି ଟେଷ୍ଟ ଇନିଂସକୁ ଦେଖିଲେ ସେଥିରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ରହିଛି। ଏହାସହ ଶ୍ରୀଲଙ୍କା ବିପକ୍ଷ ଅଭ୍ୟାସ ମ୍ୟାଚ୍‌କୁ ମିଶାଇଲେ ଶେଷ ୬ଟି ଲାଲ୍ ବଲ୍ ଇନିଂସରେ ସେ ଦୁଇଥର ଶୂନ୍ୟ ରନ୍‌ରେ ଆଉଟ୍ ହୋଇଛନ୍ତି।

ଯଶସ୍ୀଙ୍କ ଶେଷ ୬ଟି ଲାଲ୍ ବଲ୍ ଇନିଂସ:

୦ ରନ୍ (୪ ବଲ୍) – ଦକ୍ଷିଣ ଆଫ୍ରିକା ବିପକ୍ଷରେ

୧୨ ରନ୍ (୨୭ ବଲ୍) – ଦକ୍ଷିଣ ଆଫ୍ରିକା ବିପକ୍ଷରେ

୧୩ ରନ୍ (୨୦ ବଲ୍) – ଦକ୍ଷିଣ ଆଫ୍ରିକା ବିପକ୍ଷରେ

୫୮ ରନ୍ (୯୭ ବଲ୍) – ଦକ୍ଷିଣ ଆଫ୍ରିକା ବିପକ୍ଷରେ

୨୪ ରନ୍ (୩୨ ବଲ୍) – ଆଫଗାନିସ୍ତାନ ବିପକ୍ଷରେ

୦ ରନ୍ (୨ ବଲ୍) – ଶ୍ରୀଲଙ୍କା କ୍ରିକେଟ୍ ଏକାଦଶ ବିପକ୍ଷରେ (ଅଭ୍ୟାସ ମ୍ୟାଚ୍)

ଏହି ପରିସଂଖ୍ୟାନ ଦେଖିଲେ ଯଶସ୍ୱୀଙ୍କ ବର୍ତ୍ତମାନର ଫର୍ମକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କାର ବୋଲରମାନେ ମଧ୍ୟ ତାଙ୍କ ଏହି ଦୁର୍ବଳତାକୁ ଲକ୍ଷ୍ୟ କରିପାରନ୍ତି। ତେଣୁ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଯଶସ୍ୱୀଙ୍କୁ ନିଜ ବ୍ୟାଟିଂରେ ଆବଶ୍ୟକ ସୁଧାର ଆଣିବା ସହ ଆତ୍ମବିଶ୍ୱାସ ଫେରାଇବାକୁ ପଡ଼ିବ।