(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଓଡିଶା ଆଡକୁ ମାଡି ଆସୁଛି ସାମୂଦ୍ରିକ ଝଡ ଫନି । ଏହା ପୁରୀଠାରୁ ଆଉ ପ୍ରାୟ ୩୩୦ କିମି ଦୂରରେ ରହିଛି । ଆସନ୍ତା କାଲି ଦିନ ୧୦ଟାରେ ଏହା ଲ୍ୟାଣ୍ଡଫଲ କରିବ । ଏହି ସମୟରେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବ । କେତେକ ସ୍ଥାନରେ ଏହା ୨୦୦ କିମି ବେଗରେ ପବନ ବହିବ ବୋଲି କୁହାଯାଉଛି । ପୁରୀ ପାଖାପାଖି ଯେକୌଣସୀ ଅଂଚଳରେ ସ୍ଥଳଭାଗ ଛୁଇଁପାରେ । ଫନିକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।
କାଲି ସକାଳେ ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଘରୁ ବାହାରନ୍ତୁ ନାହିଁ । ଦୋକାନ, ବଜାର, ଗାଡି ଚଳାଚଳ ବନ୍ଦ ରଖନ୍ତୁ । ବାତ୍ୟା ଅତିକ୍ରମ ନକରିବା ଯାଏଁ ସମସ୍ତେ ଘର ଭିତରେ ରୁହନ୍ତୁ । ମୋବାଇଲରେ ଚାର୍ଜ ରଖନ୍ତୁ । ସରକାରୀ ଅଧିକାରୀଙ୍କ ସୂତ୍ରରୁ ଦିଆଯାଇଥିବା ସୂଚନାକୁ ବିଶ୍ୱାସ କରନ୍ତୁ । ଶୁଖିଲା ଖାଦ୍ୟ ପଦାର୍ଥ ଘରେ ରଖନ୍ତୁ । ଟର୍ଚ୍ଚ, ଦିଆସିଲି ଓ ମହମବତୀ ପାଖରେ ରଖନ୍ତୁ । ସୁରକ୍ଷିତ ସ୍ଥାନରେ ରୁହନ୍ତୁ । ପିଇବା ପାଣି ଘରେ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।