(ଭୁବନେଶ୍ୱର /ରିପୋର୍ଟସଟୁଡେ): ଭୟଙ୍କର ରୂପ ଧାରଣ କରିଛି ବାତ୍ୟା ଫୋନି । ଏହାର ପ୍ରଭାବରେ ସାରା ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଜାରି କରାଯିବା ସହ ପାରାଦ୍ୱୀପ ବନ୍ଦରରେ ସମସ୍ତ ଅପରେସନକୁ ବନ୍ଦ କରାଯାଇଛି ।
ଫୋନି ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ପାରାଦ୍ୱୀପ ବନ୍ଦର କର୍ତୃପକ୍ଷ । ବନ୍ଦରରେ ସମସ୍ତ ଜାହାଜକୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅନ୍ୟ ସମସ୍ତ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।