ପ୍ଲେ ଅପ୍ ପାଇଁ ରାଜସ୍ଥାନ ରୟାଲ୍ସର ଲଢେଇ

(ରିପୋର୍ଟସ ଟୁଡ଼େ)ନୂଆ ଦିଲ୍ଲୀ: ଆଜି ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ମୁକାବିଲା ହେବ । । ପ୍ଲେ ଅପ୍ ପାଇଁ ରାଜସ୍ଥାନ ରୟାଲ୍ସ ଋ କର ବା ମର ସ୍ଥିତି ।
ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାସ୍ତ ହେବା ସହିତ ପ୍ଲେ ଅଫ୍ ଦୌଡରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବାଦ୍ ପଡିସାରିଥିବା ବେଳେ ପ୍ରତ୍ୟେକ ମ୍ୟାଚକୁ ଉପଭୋଗ କରିବାକୁ ବିରାଟ ବାହୀନି ଚେଷ୍ଟାକରିବ ବୋଲି ମତ ରଖିଥିଲେ ଅଧିନାୟକ ବିରାଟ । ଏହି ସ୍ଥିତିରେ ଦେଖିବାକୁ ଗଲେ ରାଜସ୍ଥାନ ରୟାଲ୍ସର ବାଟ ଓଗାଳି ପାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ଆରସିବି ବିପକ୍ଷରେ ବଡ ବିଜୟ ହାସଲ କରିବା ସହିତ ପ୍ଲେ ଅଫ୍ ଦୌଡରେ ରହିବାକୁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସ ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚରୁ ୧୦ ପଏଣ୍ଟ ହାସଲ କରିଥିବା ବେଳେ, ପ୍ଲେ ଅଫ ଦୌଡରେ ରହିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ବାକିଥିବା ଦୁଇଠି ମ୍ୟାଚରେ ବଡ ବ୍ୟବଧ୍ୟାନରେ ବିଜୟ ହାସଲ କରିବାକୁ ପଡିବ । କିନ୍ତୁ ଯଦି କୌଣସି ଗୋଟିଏ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ପରାସ୍ତ ହୁଏ ତେବେ ପ୍ଲେ ଅଫର ଆଶା ଧୂଳିସାତ୍ ହୋଇଯିବ