ସ୍ତ୍ରୀକୁ ମାରିଲା ସ୍ୱାମୀ

(ରିପୋର୍ଟସ ଟୁଡ଼େ)ସୁନ୍ଦରଗଡ଼: ସୁନ୍ଦରଗଡରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି । ସୁନ୍ଦରଗଡ ଟାଉନ ଥାନା ଭବାନୀପୁର ଟେଲାକୋଛାପଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ ଜଣକ ହେଉଛନ୍ତି ମୁନକୁ ବାଗ ଏବଂ ମୃତ୍ୟୁବରଣ କରିଥିବା ସ୍ତ୍ରୀ ହେଉଛନ୍ତି ଚମ୍ପା ବାଗ । ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ଝଗଡାରେ ସ୍ୱାମୀ ଅଧିକ ମାତ୍ରାରେ ରାଗିଯାଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା । ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ହତ୍ୟାକାରୀ ସ୍ୱାମୀଙ୍କୁ ଗିରଫ କରିଛି ।