ନଜର ରଖୁଥିଲା ଶ୍ୱଶୁର; ହତ୍ୟା କଲା ଶ୍ୱଶୁର

ବୋହୂ ଉପରେ ସବୁବେଳେ ନଜର ରଖୁଥିଲା ଶ୍ୱଶୁର। ମନେ ମନେ ରାଗିଯାଉଥିଲା ବୋହୂ। ବାସ୍ ଏଥିରେ ବିରକ୍ତ ହୋଇ ବୋହୂ ଜଣଙ୍କ ନିଜ ଶ୍ୱଶୁରଙ୍କୁ ଭଡ଼ାଟିଆ ଗୁଣ୍ଡା ଲଗାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶର ଏହି ଘଟଣା ଘଟିଛି। କାନପୁରରେ ଶନିବାର ରାତିରେ ୬୩ ବର୍ଷୀୟ ଔଷଧ ବ୍ୟବସାୟୀ ବିନୀତ ମିନୋଚାଙ୍କ ରକ୍ତାକ୍ତ ମୃତଦେହ ସେ ରହୁଥିବା ଫ୍ଲାଟ ଭିତରୁ ମିଳିଥିଲା। ତାଙ୍କ ଶରୀରରେ ଥିଲା ଛୁରୀ ଭୁଷିବାର ଦାଗ ଥିଲା। ମୃତଦେହ ମିଳିବା ପରେ ବିନୀତଙ୍କ ବୋହୂ କାନ୍ଦି କାନ୍ଦି ପୂରା ଭାଙ୍ଗି ପଡ଼ିଥିଲେ। ପ୍ରଥମେ ଏହା ପଛରେ ସେ ରହିଥିବା କେହି ବି ସନ୍ଦେହ କରି ନଥିଲେ।

ପୁଲିସ୍ ଗୋଟିଏ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ ଯାଞ୍ଚ କରିବା ବେଳେ ପୁଲିସ୍ର ସନ୍ଦେହ ଦୃଷ୍ଟିକୁ ଆସିଥିଲା ମିନୋଚା ପରିବାରର ଚାକର ବିଶାଲ । ପୁଲିସ୍ ତା’ ବିଷୟରେ ଅଧିକ ତଦନ୍ତ କରିବାରୁ ବିଶାଲର ସହଯୋଗୀ ରାଜ କିଶୋର ମଧ୍ୟ ପୁଲିସ୍ ସ୍କାନରକୁ ଆସିଥିଲା। ପୁଲିସ୍ ଉଭୟଙ୍କୁ ଛୋଟ ଏନକାଉଣ୍ଟର ପରେ ରବିବାର ରାତିରେ ଗିରଫ କରିଥିଲା।

ପୁଲିସ୍ ବିଶାଲକୁ ଜେରା କରିବା ପରେ ଘଟଣା ନାଟକୀୟ ମୋଡ ନେଇଥିଲା। ବୋହୂ ଶାଲୁଙ୍କ ନିର୍ଦ୍ଦେଶରେ ବିଶାଲ ଓ ରାଜ କିଶୋର ବ୍ୟବସାୟୀ ବିନୀତଙ୍କୁ ହତ୍ୟା କରିଥିବା ପୁଲିସକୁ ଜଣାଇଥିଲା। ପୁଲିସ୍ ଏହି ତଥ୍ୟ ପରେ ଶାଲୁଙ୍କୁ ଉଠାଇ ନେଇଥିଲା। ପୋଲିସ ଆଗରେ ବୋଡୂ ସବୁ ମନିଥିଲା। ପୋଲିସ ଅଭିଯୁକ୍ତ ବୋହୂକୁ ଗିରଫ କରିଛି।