ଏସିଆ ରଗ୍ବି ଏମିରେଟ୍ସ ସେଭେନ୍ସ ସିରିଜ୍ ୨୦୨୬ ପାଇଁ ଓଡ଼ିଶାର ୬ଜଣ ରଗ୍ବି ଖେଳାଳି ମନୋନୀତ

ଏସିଆ ରଗ୍‌ବି ଏମିରେଟ୍ସ ସେଭେନ୍ସ ସିରିଜ୍ ଲେଭଲ୍ ୧ ପାଇଁ ପାଇଁ ୬ଜଣ ଓଡ଼ିଶା ରଗ୍ବି ଖେଳାଳିଙ୍କୁ ମନୋନୀତ କରାଯାଇଛି। ୨୯ ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚୀନ୍‌ର ସୁଝୋଉ ସିଟିର ଚାଙ୍ଗସୁ ସ୍ପୋର୍ଟସ୍ ସେଣ୍ଟରରେ ହେବାକୁ ଥିବା ଏସିଆ ରଗ୍‌ବି ଏମିରେଟ୍ସ ସେଭେନ୍ସ ସିରିଜ୍ ଲେଭଲ୍ ୧ ପାଇଁ ଜାତୀୟ ଦଳରେ ମୋଟ ଛଅ ଜଣ ରଗ୍‌ବି ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି।

ଜାତୀୟ ସିନିୟର ମହିଳା ରଗ୍‌ବି ଦଳରେ ଓଡ଼ିଶାର ଖେଳାଳି ଡୁମୁନି ମାରାଣ୍ଡି, ମାମା ନାଏକ, ନିର୍ମାଲ୍ୟ ରାଉତ ଏବଂ ସନ୍ଧ୍ୟାରାଣୀ ଟୁଡୁଙ୍କୁ ସ୍ଥାନ ଦିଆଯାଇଛି। ସେହିଭଳି ଜାତୀୟ ପୁରୁଷ ଦଳରେ ଓଡ଼ିଶାରୁ ଆଶିଷ ସବର ଏବଂ ଗଣେଶ ମାଝୀଙ୍କୁ ସ୍ଥାନ ଦିଆଯାଇଛି।

ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ରଗ୍‌ବି ଫୁଟବଲ୍ ଆସୋସିଏସନ୍ (ଓରଫା)ର ଉପାଧ୍ୟକ୍ଷ ୟୁ କେ ମହାନ୍ତି । ସେ କହିଛନ୍ତି ଯେ “କୋଲକାତାରେ ଚାଲିଥିବା ଜାତୀୟ ଶିବିରରୁ ଖେଳାଳିମାନଙ୍କୁ ମନୋନୀତ କରାଯାଇଛି। ଆମର ଉଭୟ ବରିଷ୍ଠ ମହିଳା ଏବଂ ପୁରୁଷ ଖେଳାଳିମାନେ ଜାତୀୟ ଦଳ ପାଇଁ ପୋଡିୟମ୍ ଫିନିସ୍ କରିବା ପାଇଁ ସେମାନଙ୍କର ସର୍ବୋତ୍ତମ ପ୍ରୟାସ କରିଛନ୍ତି।”