ବାରିପଦା ରିଜର୍ଭ ପୋଲିସ୍ ପଡ଼ିଆ ପରିସରରେ ୮୦ ତମ ସ୍ବାଧୀନତା ଦିବସ

ଆଜି ଭାରତ ବର୍ଷରେ ପାଳନ ହେଉଛି ୮୦ ତମ ସ୍ବାଧୀନତା ଦିବସ । ଏହି ଅବସରରେ ବାରିପଦା ରିଜର୍ଭ ପୋଲିସ୍ ପଡ଼ିଆ ପରିସରରେ ଆୟୋଜିତ ୮୦ ତମ ସ୍ବାଧୀନତା ଦିବସ ପାଳନ ହେଉଛି । ଏହିକୁ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ପତାକା ଉତ୍ତୋଳନ କରିଛନ୍ତି । ଏହି ପ୍ୟାରେଡ଼ରେ ୪୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏହି ପ୍ୟାରେଡ଼ ସମସ୍ତ ପୋଲିସ୍ ପ୍ରଶାସନ ଅଧିକାରୀ ମାନେ ଯୋଗ ଦେଇଥିଲା । ସ୍ବାଧୀନତା ସଂଗ୍ରାମୀ ବୀର ଯବାନ ଦେଶ ଭଲ ପାଉଥିବା ଦେଶପ୍ରେମର ବାର୍ତ୍ତା ବାଣ୍ଟିଥିଲେ ମୁଖ୍ୟ ଅତିଥି।ଏହି  ଅବସରରେ ସାରା ଦେଶବାସୀଙ୍କ ମଧ୍ୟରେ  ଅନେକ ଉତ୍ସାହ ଦେଖିବାକୁ ପ୍ରସ୍ତୁତି ନେଇମିଳିଛି । କୃଷକ ଭାଇ ଭଉଣୀମାନଙ୍କ ଆର୍ଥିକ ଉନ୍ନତି ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ଆମର ମୁଖ୍ୟ ସଂକଳ୍ପ । ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଖରେ ସହଜ ଭାବରେ ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି, ଯେଉଁଥିରେ କୌଣସି ଯୋଗ୍ୟ ବ୍ୟକ୍ତି ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ । ଆଜିର ଯୁବପିଢ଼ି ହେଉଛି ଆସନ୍ତା ଭାରତର ଭିତ୍ତି ତେଣୁ ଆମକୁ ଏମିତି ଭାରତ ଗଢ଼ିବାକୁ ପଡ଼ିବ, ଯେଉଁଠି ଜାତି, ଧର୍ମ,ବର୍ଣ୍ଣ, ଭାଷା କିମ୍ବା ଧନୀ-ଗରିବର ଭେଦଭାବ ନୁହେ ମଣିଷର ପରିଚୟ ହେବ ତାହାର ମାନବିକତା,ଯେଉଁ ସ୍ୱାଧୀନତା ପାଇଁ ହଜାର ହଜାର ବୀର ନିଜ ଜୀବନ ଦେଇଥିଲେ, ସେହି ସ୍ୱାଧୀନତାକୁ ସୁଦୃଢ଼ କରିବା ଆଜି ଆମ ସମସ୍ତଙ୍କ ଦାୟିତ୍ୱ ।