ଓଡ଼ିଶା ସୀମାନ୍ତରେ ସୁରକ୍ଷାବଳଙ୍କ ଘେରାଉରେ ଟପ୍ ମାଓ ନେତା ଶୁକ୍ରୁ

ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନ ତିବ୍ର ହୋଇଥିବାବେଳେ ଟପ୍ କ୍ୟାଡର ମାଓ ନେତା ଶୁକ୍ରୁକୁ ଘେରି ଦେଇଛନ୍ତି ସୁରକ୍ଷାବଳ। ସୂଚନା ଅନୁସାରେ ରାୟଗଡ଼ା–କନ୍ଧମାଳ–କଳାହାଣ୍ଡି ସୀମାନ୍ତରେ ଚାଲିଛି ବଡ଼ ଅପରେସନ୍।

ଘନ ଜଙ୍ଗଲ ଅଞ୍ଚଳରେ ଲୁଚିଥିବା ଶୁକ୍ରୁକୁ ଚାରିଦିଗରୁ ଘେରି ରଖିଛନ୍ତି ସୁରକ୍ଷାକର୍ମୀ। ଏହା ଫଳରେ ସେ ଖୁବ ଶୀଘ୍ର ଧରାପଡ଼ିବେ ବୋଲି ଅନୁମାନ କରାଯାଉଛି। ପୋଲିସ୍ ପ୍ରଶାସନ ୩୧ ତାରିଖ ସୁଦ୍ଧା ମାଓବାଦୀ ନିପାତକୁ ଲକ୍ଷ୍ୟ କରି ଯୋଜନାବଦ୍ଧ ଭାବେ ଅଭିଯାନ ଚାଲାଇଛି। ଏହି ଅପରେସନ୍‌କୁ ଶେଷ ଓ ନିର୍ଣ୍ଣାୟକ ପର୍ଯ୍ୟାୟ ବୋଲି ଦେଖାଯାଉଛି। ରାଜ୍ୟ ପୋଲିସ୍ ଡିଜି Y. B. Khurania କହିଛନ୍ତି, ଶୁକ୍ରୁ ଗିରଫ ହେଲେ ଏଲାକାରେ ମାଓବାଦୀ କାର୍ଯ୍ୟକଳାପରେ ଭାରି ପ୍ରଭାବ ପଡ଼ିବ ଏବଂ ଏହା ସହିତ ମାଓବାଦୀ ଲଢେଇର ଶେଷ ଅଧ୍ୟାୟ ଆରମ୍ଭ ହେବ।