ଭୁବନେଶ୍ଵର: ମହାଶିବରାତ୍ରୀ ଅବସରରେ Biju Janata Dal ପକ୍ଷରୁ ମହିଳା ବାହିନୀର ନୂତନ ଗଠନ ଘୋଷଣା କରାଯାଇଛି। ଦଳର ମହିଳା ଶାଖାର ନାମ ଓ ବିଭିନ୍ନ ପଦବୀରେ ନିଯୁକ୍ତ କର୍ମକର୍ତ୍ତାଙ୍କ ତାଲିକା ପ୍ରକାଶ ପାଇଛି। ଏହି ଅବସରରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଓ ଜୋନାଲ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବିଭିନ୍ନ ଜିଲ୍ଲାରୁ ଯେଉଁ ନେତ୍ରୀମାନେ ମହିଳା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ସେମାନଙ୍କ ନାମ ମଧ୍ୟ ଏହି ତାଲିକାରେ ସମ୍ମିଳିତ ରହିଛି।

ଏଥିସହିତ ଜୋନ ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ମୋଟ ସାତ ଜଣ ନେତ୍ରୀଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଏହି ସମସ୍ତ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ପ୍ରକାଶ ପାଇଛି। ଦଳର ମହିଳା ସଂଗଠନକୁ ଆହୁରି ସଶକ୍ତ କରିବା ଓ ଜମିସ୍ତରରେ କାର୍ଯ୍ୟକଳାପକୁ ବଢ଼ାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଦଳ ପକ୍ଷରୁ ସୂଚନା ମିଳିଛି।
