ଲଗାତାର ତୃତୀୟ ଦିନ କମିଲା ସୁନା–ରୁପା ଦର, ଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ଧରି ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯,୦୫୦ ଟଙ୍କା କମି ଏବେ ୧,୫୧,୫୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୮,୩୦୦ ଟଙ୍କା ହ୍ରାସ ପାଇ ଏବେ ୧,୩୮,୯୦୦ ଟଙ୍କା ରହିଛି। କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ହ୍ରାସ ପାଇଛି। ଏବେ ଏକ କିଲୋଗ୍ରାମ ରୁପାର ମୂଲ୍ୟ ୩ ଲକ୍ଷ ଟଙ୍କାରେ ରହିଛି। କିଛି ଦିନ ପୂର୍ବେ ସୁନା ଦର ଦେଢ଼ ଲକ୍ଷ ଟଙ୍କା ଟପିଥିବା ବେଳେ ରୁପା ୪ ଲକ୍ଷ ଟଙ୍କାକୁ ଛୁଇଁଥିଲା। ଏବେ ଦର କମିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧,୫୧,୫୩୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ଦର ୧,୩୮,୯୦୦ ଟଙ୍କା ରହିଛି। ଭୁବନେଶ୍ୱରରେ ମଧ୍ୟ ସୁନାର ଦର ଏହି ସ୍ତରରେ ରହିଥିବାବେଳେ, ମୁମ୍ବାଇରେ ୨୪ କ୍ୟାରେଟ୍ ୧,୫୧,୫୩୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୩୯,୯୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧,୫୧,୬୮୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୩୯,୦୫୦ ଟଙ୍କା ରହିଛି। ଚେନ୍ନାଇରେ ୨୪ କ୍ୟାରେଟ୍ ୧,୫୨,୧୮୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୩୯,୫୦୦ ଟଙ୍କା ଥିବାବେଳେ, କୋଲକାତାରେ ଦର ଯଥାକ୍ରମେ ୧,୫୧,୫୩୦ ଓ ୧,୩୮,୯୦୦ ଟଙ୍କା ରହିଛି। ଅନ୍ୟପଟେ, ରୁପା ଦର କିଲୋ ପିଛା ୩,୦୦,୦୦୦ ଟଙ୍କା ହୋଇଛି।