ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଘଟିଛି ବଡ଼ ଅଘଟଣ

ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଘଟିଛି ବଡ଼ ଅଘଟଣ। ଉତ୍ତରପ୍ରଦେଶ ମଥୁରାରେ ଥିବା ଗୁରୁକୃପା କୁଞ୍ଜ ଆଶ୍ରମର ୪ର୍ଥ ମହଲାରୁ ପଡ଼ି ଜଣେ ଶିଷ୍ୟଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ରସିକ ଦୁଲାରୀ ଶରଣ ବୋଲି ଜଣାପଡ଼ିଛି।ଶନିବାର ସକାଳେ ଦୁଲାରୀ ଶରଣ  ଚତୁର୍ଥ ମହଲାରୁ ହଠାତ୍ ପଡ଼ିଯାଇଥିଲେ।  ତାଙ୍କ ମୁଣ୍ଡ ଓ ଶରୀରରେ ଗୁରୁତର ଆଘାତ ଲାଗିଥିଲା। ଆଶ୍ରମର ଲୋକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ପରେ ଚିକିତ୍ସାଧିନ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ  ବୃନ୍ଦାବନ କୋତୱାଲି ପୋଲିସ  ଘଟଣାର ତଦନ୍ତ କରୁଛି।  ଏହା ଆତ୍ମହତ୍ୟା ନା ଅସାବଧାନତା କାରଣରୁ ଏହି ଅଘଟଣ ଘଟିଛି  ପୋଲିସ ତାର ତଦନ୍ତ କରୁଛି।   ପୋଲିସ ଆଶ୍ରମରେ ପହଞ୍ଚ ପଚାଉଚରା କରୁଥବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ,  ଗତକାଲି ସକାଳ ୧୦ ଟା ୩୦ ମିନିଟ୍‌ରେ ଏହି ଅଘଟଣ ଘଟିଥିଲା।