ପାଟକୁରାବାସୀଙ୍କୁ ନୂଆ ନେତା ନେଇ ନବୀନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ମହାପାତ୍ର

ଭୁବନେଶ୍ଵର: ନିଲମ୍ବନ ସମ୍ପର୍କିତ ଅଭିଯୋଗକୁ ଚ୍ୟାଲେଞ୍ଜ୍‌ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଆରୋପକୁ ନେଇ ଖୋଲା ଚ୍ୟାଲେଞ୍ଜ କଲେ ପାଟକୁରା ବିଧାୟକ । କେତେବେଳେ ଆଣ୍ଟିପାର୍ଟି, କେତେବେଳେ ମିଡ୍‌ ଡେ ଅପରେସନ ଆରୋପ । ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣ ଆରୋପ । ଏହା ଭିତରୁ କେଉଁଠି ଠିକ୍‌, ନା ତାଲିକା ଆଗକୁ ବଢ଼ିବ ବୋଲି ତାଚ୍ଛଲ୍ୟ କଲେ ଅରବିନ୍ଦ । ଏହାଛଡ଼ା କେଉଁମାନେ ଏନେଇ ତଥ୍ୟ ଦେଉଛନ୍ତି ଜାଣିବାକୁ ଚାହୁଁଛି ବୋଲି କହିଲେ ଅରବିନ୍ଦ । ନବୀନ ବାବୁ ଶେଷ ଦେଖାରେ ବାପା କିପରି ଅଛନ୍ତି ପଚାରିଥିଲେ । ଯଦି ମୁଁ କିଛି ଭୁଲ କରୁଥିଲି, ସେତେବେଳେ କହିପାରି ଥାନ୍ତେ । କୌଣସି ଆରୋପର କାହା ସହ କାହାର ତାଳମେଳ ରହୁନି । MLA ପାଣ୍ଠି ଖର୍ଚ୍ଚକୁ ହେରଫେର ଅଭିଯୋଗର ଖୋଲା ବିତର୍କ ଚାହୁଁଛି । ଯଦି ତ୍ରୁଟି କରିଛି, ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସନ୍ତୁ ବୋଲି କହିଛନ୍ତି ଅରବିନ୍ଦ । ତେବେ ନବୀନ ବାବୁଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରୁନି । ପାଟକୁରାବାସୀଙ୍କୁ ହଇରାଣ କରୁଥିବା ମନ୍ତବ୍ୟକୁ ଗ୍ରହଣ କରିପାରୁନି । ପାଟକୁରାବାସୀଙ୍କୁ ନୂଆ ନେତା ନେଇ ନବୀନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା । କାହାକୁ ନୂଆ ନେତା କରିବେ ଜାଣିନି, ୨୦୨୯ ପର୍ଯ୍ୟନ୍ତ ମୁଁ ବିଧାୟକ । ପାଟକୁରାବାସୀ ମୋ ପରିବାର, ପାଟକୁରା ସହ ରହିଛି, ଆଗକୁ ରହିବି ବୋଲି କହିଛନ୍ତି ଅରବିନ୍ଦ ।

ଅରବିନ୍ଦ ଆହୁରି କହିଛନ୍ତି, ନବୀନ ବାବୁଙ୍କୁ ଦେଖା କରିବାକୁ ଲକ୍ଷ୍ୟ ରଖିଥିଲି । ନବୀନ ବାବୁ କାଲି କହି ସାରିବା ପରେ ଆଉ କାହିଁକି ଦେଖା କରିବି ଜାଣିପାରୁନି । ନବୀନ ବାବୁଙ୍କୁ ଡାଟା କିଏ ଦେଉଛି ତାହାକୁ ଆଧାର କରି ସେ କହିଲେ, ଜାଣିନି । ସାଂସଦଙ୍କୁ ହରାଇବା ପାଇଁ କାର୍ଯ୍ୟ କରିବା ଅଭିଯୋଗକୁ ଖଣ୍ଡନ କରୁଛି । ଯିଏ ସାଂସଦ ପ୍ରାର୍ଥୀ ହୋଇଥିଲେ ତାଙ୍କ ସହ ପାରିବାରିକ ସମ୍ପର୍କ ରହିଛି । ମହାକାଳପଡ଼ାରେ ସାଂସଦ ପ୍ରାର୍ଥୀ ସବୁଠୁ କମ୍‌ ଭୋଟ ପାଇଥିଲେ । ତାହେଲେ ମହାକାଳପଡ଼ାରେ କିଏ ଷଡ଼ଯନ୍ତ୍ର କରିଥିଲା ପଚାରୁଛି । ମୁଁ ଯଦି କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ହରାଇଲି, ଅନ୍ୟ ୨୦ ପ୍ରାର୍ଥୀଙ୍କୁ କିଏ ହରାଇଲା । ବିଜେଡିରେ ମିଶିବା ପ୍ରସ୍ତାବ ନବୀନ ବାବୁଙ୍କ ପାଖରୁ ଆସିଥିଲା । ପାଟକୁରାବାସୀଙ୍କ ମତାମତ ନେବା ପରେ ବିଜେଡିରେ ମିଶିଥିଲି । ମୋ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା, ମୁଁ ଖଣ୍ଡନ କରୁଛି ବୋଲି କହିଛନ୍ତି ଅରବିନ୍ଦ ।