ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୁଦାୟ ମହଙ୍ଗା ଭତ୍ତା, ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ଯାହା ପିଛିଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁହେବ । ଏହାସହ ପେନସନ୍ଭୋଗୀଙ୍କ, ଟି.ଆଇରେ ମଧ୍ୟ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା, ଚଳିତ ମେ’ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ଦ୍ୱାରା ରାଜ୍ୟର ପ୍ରାୟ, ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।
