ଗଲଫ୍ରେଣ୍ଡକୁ ରୁମକୁ ଡାକି ଗଣଦୁଷ୍କର୍ମ କଲା ବୟଫ୍ରେଣ୍ଡ୍

ରାଜଧାନୀରେ ପୁଣି ଲଜ୍ଜା । ଗଲଫ୍ରେଣ୍ଡକୁ ରୁମକୁ ଡାକି ଗଣଦୁଷ୍କର୍ମ କଲା ବୟଫ୍ରେଣ୍ଡ୍ । ଭୁବନେଶ୍ୱର ଇନ୍‌ଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ରୁମ୍‌କୁ ବୁଲିବାକୁ ଯାଇଥିବାବେଳେ ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଗଣବଳାତ୍କାର କରାଯାଇଥିବା ସୂଚନା ମିଳିଛି । ଏନେଇ ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ ହେବାପରେ ସମ୍ପୃକ୍ତ ପୁରୁଷ ବନ୍ଧୁଙ୍କ ସମେତ ୪ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ବୁଧବାର ସୂଚନା ଦେଇଛି। ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଅଞ୍ଚଳର ଶୁଭଙ୍କର ପାଢ଼ୀ, ଯାଜପୁର ଅଞ୍ଚଳର ସିପୁନ ବେହେରା, ରଞ୍ଜନ ବେହେରା ଓ ଖୋର୍ଦ୍ଧା ଟାଉନର ରତିରଞ୍ଜନ ତରାଇ। ସେମାନେ ସମସ୍ତେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି।