ମଧ୍ୟପ୍ରାଚ୍ୟ ତଥା ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଏବେ ଦେଶରେ ପଡିଛି ସଙ୍କଟ । ପ୍ରାକୃତିକ ଗ୍ୟାସ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଓ କଞ୍ଚାତେଲର ଅଭାବ ଏବେ ଲୋକଙ୍କ ଉପରେ ପଡିବାକୁ ବସିଲାଣି । ଏହାକୁ ନିୟନ୍ତ୍ରଣରେ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଶବାସୀଙ୍କୁ ପେଟ୍ରୋଲ – ଡିଜେଲର କମ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ସୁନା ଓ ରୂପା ସାମଗ୍ରୀ କ୍ରୟ ପାଇଁ ବାରଣ କରିଛନ୍ତି । ଏନେଇ ଆକ୍ସନ୍ ସ୍ୱରୂପ କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଶୁଳ୍କକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରି ଏହି ମୂଲ୍ୟବାନ ଧାତୁକୁ ଆହୁରି ମହଙ୍ଗା କରିବା ପାଇଁ ପଦକ୍ଷେପ ନେଇଛନ୍ତି।

ଅପରପକ୍ଷେ ମଧ୍ୟପ୍ରାଚ୍ୟରେ ଭୂରାଜନୈତିକ ଉତ୍ତେଜନା ଯୋଗୁଁ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବିଶ୍ୱ ଅଶୋଧିତ ତୈଳ ମୂଲ୍ୟର ଚାପ ସତ୍ତ୍ୱେ, ସରକାର ଏପର୍ୟ୍ୟନ୍ତ ଖୁଚୁରା ଇନ୍ଧନ ମୂଲ୍ୟରେ କୌଣସି ଦେଶବ୍ୟାପୀ ସଂଶୋଧନ ସମ୍ପର୍କରେ କୌଣସି ଘୋଷଣା କରିନାହାଁନ୍ତି।
![]()
ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଇନ୍ଧନ ଏବଂ ଖାଦ୍ୟ ତେଲ ବ୍ୟବହାର ହ୍ରାସ କରିବାକୁ ଏବଂ ଅଣ-ଅତ୍ୟାବଶ୍ୟକୀୟ ସୁନା କ୍ରୟକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ; ଏହି ଆବେଦନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଁ ଆଗେଇ ଆସିପାରେ ବୋଲି ଅନୁମାନ କରାଯାଉଛି ।