ଦିଲ୍ଲୀ ସମେତ ସାରା ଦେଶରେ ଲାଗୁ ହେଲା ପେଟ୍ରୋଲ ଏବଂ ଡିଜେଲ ନୂଆ ଦର

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବଂ ହର୍ମୁଜ୍ ପ୍ରଣାଳୀର ଅବରୋଧ ଯୋଗୁଁ ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେଉଥିବାରୁ ଶୁକ୍ରବାର କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଥିବା ବେଳେ, ସିଏନଜିର ମୂଲ୍ୟ ମଧ୍ୟ କିଲୋ ପ୍ରତି ୨ ଟଙ୍କା ବୃଦ୍ଧି କରିଛନ୍ତି । ଶୁକ୍ରବାର ସକାଳ ୬ଟାରୁ ଦିଲ୍ଲୀ ସମେତ ସାରା ଦେଶରେ ପେଟ୍ରୋଲ ଡିଜେଲ ଏବଂ ସିଏନଜିର  ମୂଲ୍ୟ ବୃଦ୍ଧି ପାଇଛି ।

Petrol, diesel prices rise again, 14th straight day in a row

ନିୟମିତ ପେଟ୍ରୋଲରେ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି ପାଇ ଏବେ ଦିଲ୍ଲୀରେ ୯୭.୭୭ ଟଙ୍କା, କୋଲକାତାରେ ୧୦୮.୭୪ ଟଙ୍କା, ମୁମ୍ବାଇରେ ୧୦୬.୬୮ ଟଙ୍କା ଏବଂ ଚେନ୍ନାଇରେ ୧୦୩.୬୭ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇ ଏବେ ଦିଲ୍ଲୀରେ ୯୦.୬୭ ଟଙ୍କା, କୋଲକାତାରେ ୯୫.୧୩ ଟଙ୍କା, ମୁମ୍ବାଇରେ ୯୩.୧୪ ଟଙ୍କା ଏବଂ ଚେନ୍ନାଇରେ ୯୫.୨୫ ଟଙ୍କାରେ ପହଞ୍ଚିଛି । ୨୦୨୨ ପରେ ପ୍ରଥମ ଥର ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତିକି ପରିମାଣରେ ବୃଦ୍ଧି ପାଇଛି ।

Fuel price hiked again, petrol nearing century mark across the country -  Daijiworld.com

ଇରାନ-ଆମେରିକା ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଅଶାନ୍ତି ମଧ୍ୟରେ, ଅଶୋଧିତ ତୈଳର ମୂଲ୍ୟ ଆକାଶଛୁଆଁ ହୋଇଛି, ଯାହା ଫଳରେ ଭାରତୀୟ ସରକାରୀ କମ୍ପାନୀଗୁଡ଼ିକ ପାଇଁ ପ୍ରତିଦିନ ₹୧,୦୦୦ କୋଟି କିମ୍ବା ମାସିକ ₹୩୦,୦୦୦ କୋଟି କ୍ଷତି ହେଉଛି । ଅଶୋଧିତ ତୈଳ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ $୭୦ ପ୍ରତି ବ୍ୟାରେଲ ଥିଲା, ଏବେ ବ୍ୟାରେଲ ପ୍ରତି $୧୨୬ରେ ପହଞ୍ଚିଛି ।

Petrol-diesel price hike coming soon? Why IMF says it must - The Economic  Times