ଆୟୁଷ୍ମାନ କାର୍ଡରେ ବଡ ପରିବର୍ତ୍ତନ କରୁଛନ୍ତି ସରକାର ଏପରି ନକଲେ କଟିଯିବ ଆୟୁଷ୍ମାନ କାର୍ଡ ।

ଦେଶରେ ଲୋକଙ୍କ ଚିକିତ୍ସା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ସରକାର ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରିଥିବାବେଳେ ଏବେ ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବାରର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ଯେଉଁଥିପାଇଁ ଏହି କାର୍ଡ ସହ ଜଡିତ ନିୟମ ମାନ ଏବେ ସଂଶୋଧନ ହେଉଛି । ଏବଂ କିପରି ଏହି କାର୍ଡକୁ ଅଧିକ ପ୍ରଭାବଶାଳୀ ଓ ଭଲ କରାଯାଇ ପାରିବ ସେ ନେଇ ଅଧିକ ତର୍ଜମା ଚାଲିଛି । ତେବେ ଏହି ପରିବର୍ତ୍ତନ ନିୟମ ଅନୁଯାୟୀ ଏହି ଆୟୁଷ୍ମାନ କାର୍ଡ ପାଇବା ପାଇଁ ହିତାଧିକାରୀଙ୍କ କ୍ଷେତ୍ରରେ ଆଧାର-ଆଧାରିତ ଇ-କେୱାଇସି ପୂରଣ କରିବା ବାଧ୍ୟତାମୂଳକ ହେବ। ଖାସକରି ଆୟୁଷ୍ମାନ କାର୍ଡ ତିଆରି ଏବଂ ଚାଲୁ ରଖିବା ପାଇଁ ସରକାର ଇ-କେୱାଇସିକୁ ବାଧ୍ୟତାମୂଳକ କରିଛନ୍ତି । ଏହାର ଅର୍ଥ ହେଉଛି ଯଦି ଜଣେ ବ୍ୟକ୍ତିଙ୍କ ଆଧାର-ଆଧାରିତ ଇ-କେୱାଇସି କରିନାହାନ୍ତି, ତେବେ ସେମାନେ ନୂଆ କାର୍ଡ ତିଆରି କରିପାରିବେ ନାହିଁ କିମ୍ବା ସେମାନଙ୍କର ପୁରୁଣା କାର୍ଡ ବ୍ୟବହାର କରି ଚିକିତ୍ସାର କରି ପାଇବେ ନାହିଁ । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଆୟୁଷ୍ମାନ କାର୍ଡ ଦେବା ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରିଛି । ଆଧାର ମାଧ୍ୟମରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ଚିହ୍ନଟ କରି ନୂତନ BIS ୨.୦ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି । ଏହି ପଦକ୍ଷେପ ମାଧ୍ୟମରେ କେବଳ ଯୋଗ୍ୟ ହିତାଧିକାରୀ ଏହାର ଲାଭ ଉଠାଇପାରିବେ ।

ଆୟୁଷ୍ମାନ ଭାରତ ଯୋଜନାରେ ଠକେଇ ରୋକିବା ପାଇଁ, ସରକାର ଏବେ କୃତ୍ରିମ ବୁଦ୍ଧିମତ୍ତାର(AI) ବ୍ୟବହାର ଆରମ୍ଭ କରିଛନ୍ତି । ଏହି ପ୍ରଯୁକ୍ତିବିଦ୍ୟାକୁ ଆୟୁଷ୍ମାନ କାର୍ଡ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଉଛି । ଏପର୍ଯ୍ୟନ୍ତ ହଜାର ହଜାର କାର୍ଡ ଜାଲିଆତି ହୋଇଥିବା ଜଣାପଡିଛି, ଏବଂ ସେଗୁଡ଼ିକର ତଦନ୍ତ କରାଯାଉଛି। ଯେଉଁମାନଙ୍କର କାର୍ଡ ଜାଲିଆତି ବୋଲି ଜଣାପଡିବ ସେମାନଙ୍କ ପାଇଁ ତୁରନ୍ତ ଚିକିତ୍ସା ସେବା ବନ୍ଦ କରାଯିବ। ଏହି ପଦକ୍ଷେପ ନିଶ୍ଚିତ କରିବ ଯେ ଯୋଜନାର ଲାଭ କେବଳ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ବୋଲି ସୂଚନା ରହୁଛି ।