ପୁରୀ ଖଜା ଗୋଦାମରେ ପ୍ରଶାସନର ଚଢାଉ
ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ଖଜା ପ୍ରସ୍ତୁତି
ଦୃଶ୍ୟ ଦେଖି ତାଜୁବ ପ୍ରଶାସନ !
ସିଲ୍ ହେଉଛି ଗୋଟିଏ ପରେ ଗୋଟିଏ ଖଜା ଗୋଦାମ, ପଦାରେ ପଡିଲା ସବୁ ସତ
ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ ଓ ଜିଲ୍ଲା ପ୍ରଶାସନ ଶ୍ରୀକ୍ଷେତ୍ରରେ ଭେଜାଲ ଖଜା ଗୋଦାମ ଉପରେ ଚାଲିଛି ବଡ ଧରଣର ଚଢାଉ । ଖଜା ତିଆରି ହେଉଥିବା ଏହି ସ୍ଥାନ ଉପରେ । କେମିତି ଆଉ କେଉଁ ପରିସ୍ଥିତିରେ ତିଆରି ହେଉଛି ପୁରୀର ପ୍ରସିଦ୍ଧ ଖଜା । ଖଜା ନୁହେଁ ତ ସତେ ଯେମିତି ଜହର । କିପରି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଛି ଖଜା । ଖଜା ତିଆରି ହେଉଥିବା ଏହି ପରିବେଶ ଦେଖିଲେ ଯେ କହି ବି ତାଜୁବ ହୋଇଯିବ । ଗତ 17 ତାରିଖରେ ସିଟି ଡିଏସପିଙ୍କ ନେତୃତ୍ୱରେ ପୁରୀର ବିଭିନ୍ନ ଖଜା ଗୋଦାମରେ ରେଡ୍ କରାଯାଇଥିଲା । ଟାଉନ ପୋଲିସ,ଖାଦ୍ୟ ସୁରକ୍ଷା ବିଭାଗ ଓ ଯୋଗାଣ ବିଭାଗର ମିଳିତ ଟିମ୍ ଚାରୋଟି ଖଜା ଗୋଦାମ ଉପରେ ଚଢାଉ କରି ସିଲ୍ କରାଯାଇଥିଲା । ଆଜି ପୁଣିଥରେ ଶ୍ରୀକ୍ଷେତ୍ରର ଖଜା ଗୋଦାମ ଓ ଦୋକାନରେ ମିଳିତ ରେଡ୍ କରାଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ଅପମିଶ୍ରଣ କାୟା ମେଲାଉଥିବାବେଳେ ଅପମିଶ୍ରଣ ରୋକିବାକୁ ଖଜା ଗୋଦାମ ଓ ଦୋକାନରେ ଚଢାଉ ଅଭିଯାନ ଆରମ୍ଭ ହୋଇଯାଇଛି । ପୋଲିସ ଓ ଖାଦ୍ୟ ସୁରକ୍ଷା ନିରାପତ୍ତା ଟିମ୍ ପହଞ୍ଚି ଚଢାଉ କରିଛନ୍ତି । କାକୁଡିଖାଇ ଛକ ସ୍ଥିତ କାଳିକାଦେବୀ ସାହିରେ ଥିବା ଖଜା ଗୋଦାମରେ ଚଢାଉ କରାଯାଇଛି । ଗୋଦାମରୁ ଅନେକ ପରିମାଣ ଖଜା ନଷ୍ଟ କରିଛି ଖାଦ୍ୟ ସୁରକ୍ଷା ଟିମ୍ । ଖଜା ତିଆରି ଗୋଦାମକୁ ମଧ୍ୟ ସିଲ କରାଯାଇଛି । ତେବେ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଖଜାର ମାନ ଯାଞ୍ଚ କରାଯାଇଥିଲା ଏବଂ ଅନେକ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତ ହେଉଥିବା ନଜର ଆସିଥିଲା। ଏହି ପରିପ୍ରେକ୍ଷିରେ ଖାଦ୍ୟ ସୁରକ୍ଷା ନିରାପତ୍ତା ଟିମ୍ ଚଢାଉ ଜାରି ରଖିଛନ୍ତି ।