ଭୁବନେଶ୍ଵର: ବର୍ଦ୍ଧିତ ଦରମା ନେବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଅବଗତ କଲେ ନବୀନ । ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଚିଠିରେ ଲେଖିଲେ ବିରୋଧି ଦଳ ନେତା । ୨୫ ବର୍ଷ ହେଲା ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ସମର୍ଥନ ପାଇ ଆସୁଛି । ମୋ ପ୍ରତି ଓ ସ୍ବର୍ଗତ ମୋ ବାପାଙ୍କ ପ୍ରତି ସ୍ନେହ ପାଇଁ ମୁଁ ଚିର ଋଣୀ । ୨୦୧୫ରେ ପୈତୃକ ସଂପତ୍ତି ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ । ତେଣୁ ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଚିଠିରେ ନବୀନ ଲେଖିଛନ୍ତି, ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ଦରମା କହିଲେ ନବୀନ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇ ଆସିଛି। ଯେଉଁଥିପାଇଁ ମୁଁ ରାଜ୍ୟବାସୀଙ୍କ ପାଖରେ ଋଣୀ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାବାସୀଙ୍କର ଅକୁଣ୍ଠିତ ସମର୍ଥନ ପାଇଥିଲେ। ୨୦୧୫ରୁ ମୋ ପରିବାର କଟକ ସ୍ଥିତ ପୈତୃକ ଘର ଆନନ୍ଦ ଭବନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି।