ନିଜ ଦେହରେ ନିଆଁ ଲଗାଇ ଦେଲେ ଛାତ୍ରୀ, ଶରୀର ୯୦% ଜଳିଯାଇଥିବା ସୂଚନା

ରାଉରକେଲା: ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଜଣେ ଅଟକ । ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଛାତ୍ରୀ । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବର୍ନା ଅଞ୍ଚଳରେ ଘଟଣା ଘଟିଛି । ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚରେ ଭତ୍ତିର୍ କରାଯାଇନ୍ତି । ଆତ୍ମାହୁତି ଉଦ୍ୟମର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପହଂଚିଛନ୍ତି ସୁନ୍ଦରଗଡ଼ ଏସପି ।

ସୂଚନା ଅନୁସାରେ, ଏପରି ଏକ ଘଟଣା ଘଟିଛି ରାଉରକେଲା ରାଜଗାଙ୍ଗପୁର ଲାଞ୍ଜିବେରନା ଅଞ୍ଚଳରେ। ଗୁରୁତର ଛାତ୍ରୀ ଜଣଙ୍କୁ  ଉଦ୍ଧାର କରାଯାଇ ରାଉରକେଲା IGHରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରଙ୍କ କହିବା କଥା ଛାତ୍ରୀ ଜଣଙ୍କ ୯୦%  ପୋଡ଼ି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପାଠ ପଢୁଥିଲେ ଏବଂ ତାଙ୍କ ବୟସ ମାତ୍ର ୧୭ ବର୍ଷ ହେବ। ହେଲେ ଏମିତି କ’ଣ ଘଟଣା ଘଟିଲା ଯେ ଏପରି ସ୍ଥିତି ଉପୁଜିଲା ତାହା ଏବେ ସନ୍ଦେହ ଘେରରେ ରହିଛି। ପ୍ରାଥମିକ ସୂଚନାରୁ ଜଣାପଡିଛି କି ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ଛାତ୍ରୀଙ୍କ ଭାଇ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଯେଉଁଥିରେ ପିଡୀତା ଛାତ୍ରୀ ଜଣଙ୍କୁ ଜାଳି ମାରିଦେବାକୁ ଧମକ ଦିଆଯାଇଥିଲା। ହେଲେ ଏହି ଧମକ କିଏ ଦେଇଥିଲା ତାହା ଜଣାପଡିନଥିବା ବେଳେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ସନ୍ଦେହରେ ଜଣଙ୍କୁ ଅଟକ ରଖିଛି ପୋଲିସ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଛାତ୍ରୀ ଜଣକୁ ହସ୍ପିଟାଲ ନେବା ସମୟରେ ସେ କହିଛନ୍ତି କି ସେ ଏସବୁ କିଛି କରିନାହାଁନ୍ତି। ଯାହାକି ଅଧିକ ସନ୍ଦେହ ସୃଷ୍ଟି କରୁଛି। ସେପଟେ କିଛି ଦିନ ପୂର୍ବରୁ ବାଲେଶ୍ୱର ଫକିରମୋହନ କଲେଜର ଛାତ୍ରୀ ନିଆଁରେ ଜଳି ମରିଯିବା ଘଟଣା ଏଯାଏଁ ସସପେନ୍ସ ଭିତରେ ରହିଥିବା ବେଳେ ଏବେ ପୁଣି ଏହି ଘଟଣା ରାଜ୍ୟରେ ଚିନ୍ତା ବଢାଇଛି ।