ପଣ୍ଡା ଅଳଙ୍କାର ଦୋକାନ ଲୁଟ୍ ମାମଲା, ମାଷ୍ଟରମାଇଣ୍ଡ ବିକାଶ ରାୟ ଗିରଫ

ଯାଜପୁର: ବହୁଚର୍ଚ୍ଚିତ ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନ ଲୁଟ୍ ମାମଲା । ମାଷ୍ଟରମାଇଣ୍ଡ ବିକାଶ ରାୟକୁ ବିହାରରୁ ଗିରଫ କଲା ପାଣିକୋଇଲି ପୋଲିସ । ବିହାର-ନେପାଳ ସୀମା ମୋତିହାରିରୁ ବିକାଶ ରାୟକୁ ଉଠାଇ ଆଣିଲା ପୋଲିସ । ବିହାର ଜେଲ୍‌ରେ ଥାଇ ବ୍ଲୁ ପ୍ରିଣ୍ଟ ରଚିଥିଲା, ଜେଲ୍‌ରୁ ଖଲାସ ପରେ ଗିରଫ । ଗତବର୍ଷ ଜାନୁଆରୀ ୪ରେ ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍‌ ହୋଇଥିଲା । ୨ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ, ୩ ଗିରଫ ହୋଇଥିଲେ । ନିକଟରେ ୨ ଅଭିଯୁକ୍ତ ଚୌଦ୍ବାର ଜେଲ୍‌ରୁ ଚମ୍ପଟ ମାରିଛନ୍ତି ।

ଗତ ଜାନୁଆରୀ ୪ ତାରିଖରେ ପଣ୍ଡା ଅଳଙ୍କାର ସୁନା ଦୋକାନ ନିକଟରେ ଘଟିଥିଲା ଅଘଟଣ । ସୁନା ଦୋକାନରୁ ଲୁଟ କରି ଫେରାର ହେବା ସମୟରେ ଗୁଳି ଚଳାଇଥିଲେ ଲୁଟେରା । ଫଳରେ ଲୁଟେରାଙ୍କ ଗୁଳିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ୨ ଜଣ ଲୁଟେରାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ।