କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

କଟକ:- କଟକ ବାଲିଯାତ୍ରା ଉପର ପଡ଼ିଆରେ ହୋଇପାରେ ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ । ଆସନ୍ତା ୯ ତାରିଖରେ ହେବାକୁ ଥିବା ହାଇକୋର୍ଟର ଶୁଣାଣି ବେଳେ ଏହି ନିଷ୍ପତ୍ତି ସଂପର୍କରେ ବିଚାର ଉପସ୍ଥାପନ କରାଯିବ । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ, ବାଲିଯାତ୍ରା ଆୟୋଜିତ ହେବ ବୋଲି ସୂଚନା ମିଳିଛି । ଲୋକ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଐତିହ୍ୟ ଏବଂ ପରମ୍ପରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ କେବଳ ତଳ ପଡିଆରେ ବାଲିଯାତ୍ରାକୁ ନେଇ ବିବାଦ ଉଠିଥିଲା।

Baliyatra Gateway ବାଲିଯାତ୍ରା ତୋରଣ - Historical landmark - Cuttack - Odisha  | Yappe.in

ସେପଟେ ୨୬ ସେପ୍ଟେମ୍ବରରୁ ପ୍ଲଟ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଆବେଦନ । ଏହି ସମ୍ପର୍କରେ cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ । ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ନିମନ୍ତେ ୫ ହଜାର ଟଙ୍କା ଶୁଳ୍କ ରଖାଯାଇଛି ।

Cuttack Bali Jatra plot registration begins, here's how to apply