ଆସୁଛି ବଡ ବର୍ଷା, ଧୋଇ ହୋଇଯିବ ପୂଜା ବଜାର

ଭୁବନେଶ୍ଵର: ଲଘୁଚାପ ଆଣୁଛି ବଡ଼ ବର୍ଷା ଉତ୍ତରପୂର୍ବ ବଙ୍ଗୋପସାଗର ଆଖପାଖ ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ସେପଟେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୫ ତାରିଖରେ ଆଉ ଏକ ଲଘୁଚାପମୁହାଁ ହେଉଛି ଓଡ଼ିଶା ଏଥିସହ ଅକ୍ଟୋବର ତାରିଖରେ ବି ଆଉ ଏକ ଲଘୁଚାପର ସମ୍ଭାବନା ଘନଉଛି ଫଳରେ ଏଥର ପୂଜା ପୂରା ଫିକା ହୋଇଯିବ ବୋଲି ପୂର୍ବାନୁମାନ କରାଯାଉଛି 

ଆଜି ସୁନ୍ଦରଗଡ଼ ସମ୍ବଲପୁରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ସେହିପରି ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ,ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ସୋନପୁର, ମାଲକାନଗିରି, କୋରାପୁଟ,  ନବରଙ୍ଗପୁର କଳାହାଣ୍ଡିରେ ପ୍ରବଳ  ବର୍ଷା ସମ୍ଭାବନା ଅଛି ଅନ୍ୟପଟେ ୨୪ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି କନ୍ଧମାଳରେ ପ୍ରବଳ ବର୍ଷା ଆଶଙ୍କା ଅଛି ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ୨୫ରେ କୋରାପୁଟ ମାଲକାନଗିରିରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ଉପକୂଳ ଓଡ଼ିଶା ଦକ୍ଷିଣ ଓଡ଼ିଶାର  ବିଭିନ୍ନ ସ୍ଥାନରେ ବି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି