ଆଇସିସି ରାଙ୍କିଂ: ଦିନିକିଆରେ ପୁଣି ଶୀର୍ଷରେ ଶୁଭମନ ଗିଲ୍, ଟି-୨୦ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଜମ୍ପ୍

ଆଇସିସି ଦ୍ୱାରା ପ୍ରକାଶିତ ସାମ୍ପ୍ରତିକ ରାଙ୍କିଙ୍ଗରେ ଭାରତୀୟ କ୍ରିକେଟ୍ ପାଇଁ ବଡ଼ ଖୁସିଖବର ଆସିଛି। ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ପୁଣିଥରେ ଆଇସିସି ଦିନିକିଆ (ODI) ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଅନ୍ୟପକ୍ଷରେ, ଯୁବ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଜିମ୍ବାୱେ ବିପକ୍ଷରେ ନିଜର ଦମଦାର୍ ପ୍ରଦର୍ଶନ ବଳରେ ଟି-୨୦ ରାଙ୍କିଙ୍ଗରେ ଏକ ବିରାଟ ଡିଆଁ ମାରିଛନ୍ତି।

Shubman Gill Biography (2026): Age, Height, Family, Girlfriend, Career, Stats, Net Worth & More - CricWiki

ଚଳିତ ବର୍ଷ ଜାନୁଆରୀରୁ ଦିନିକିଆ ରାଙ୍କିଙ୍ଗର ଶୀର୍ଷରେ ଥିବା ନ୍ୟୁଜିଲାଣ୍ଡର ପ୍ରମୁଖ ବ୍ୟାଟସମ୍ୟାନ୍ ଡାରିଲ୍ ମିଚେଲ୍ କିଛି ମ୍ୟାଚ୍‌ରୁ ଅନୁପସ୍ଥିତ ରହିବା କାରଣରୁ ଶୀର୍ଷ ସ୍ଥାନ ହରାଇଛନ୍ତି। ଏହାର ଫାଇଦା ଉଠାଇ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ପୁନଃପ୍ରାପ୍ତ କରିଛନ୍ତି ପ୍ରଥମ ସ୍ଥାନ। ଆଇସିସି ପକ୍ଷରୁ କୁହାଯାଇଛି ଯେ ୱେଷ୍ଟଇଣ୍ଡିଜ୍ ଏବଂ ନ୍ୟୁଜିଲାଣ୍ଡ ସିରିଜ୍ ପରେ ରାଙ୍କିଙ୍ଗରେ ଏହି ପରିବର୍ତ୍ତନ ଆସିଛି ଏବଂ ଗିଲ୍ ବର୍ତ୍ତମାନ ୫୦ ଓଭର କ୍ରିକେଟ୍ ଫର୍ମାଟ୍‌ରେ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ପୁଣି ପ୍ରତିଷ୍ଠିତ ହୋଇଛନ୍ତି।

Shubman Gill was preparing for the T20 World cup but the team management betrayed him.

ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳ ୩-୦ରେ ବିଜୟୀ ହୋଇଥିବାବେଳେ, ଏଥିରେ ୧୫ ବର୍ଷୀୟ ଯୁବ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ସେ ସିରିଜ୍‌ରେ ଦୁଇଟି ଅର୍ଦ୍ଧଶତକ ସହ ୫୦.୩୩ ହାରରେ ମୋଟ ୧୫୧ ରନ୍ ସଂଗ୍ରହ କରିଥିଲେ। ଏହି ଚମତ୍କାର ପ୍ରଦର୍ଶନ ବଳରେ ବୈଭବ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ସିଧାସଳଖ ୨୩୦ ସ୍ଥାନ ଉପରକୁ ଉଠି ୪୮ତମ ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ମତରେ, ତାଙ୍କର ୫୩୬ ରେଟିଂ ପଏଣ୍ଟ ବର୍ତ୍ତମାନ କମ ଥିଲେ ମଧ୍ୟ ଭବିଷ୍ୟତ ପାଇଁ ଏହା ଏକ ବଡ଼ ସଙ୍କେତ।

Vaibhav Suryavanshi: 14-year-old Indian makes List A century - BBC Sport

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ୯୦ ରନ୍‌ରେ ବିଜୟୀ ହୋଇ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍‌ରେ ଦମଦାର୍ ବୋଲିଂ (କ୍ରମାଗତ ପାଞ୍ଚଟି ମେଡେନ୍ ଓଭର) କରିଥିବା ଜଷ୍ଟିନ ଗ୍ରୀଭସ୍ ଟେଷ୍ଟ ବୋଲରଙ୍କ ମଧ୍ୟରେ ୨୧ ସ୍ଥାନ ଉପରକୁ ଉଠି ୪୮ତମ ଏବଂ ଅଲରାଉଣ୍ଡରଙ୍କ ମଧ୍ୟରେ ନବମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଜୟଡେନ୍ ସିଲ୍ସ ୨୪ତମ, ପାକିସ୍ତାନର ମହମ୍ମଦ ଆବାସ ୧୭ତମ ଏବଂ ଦ୍ୱିତୀୟ ଇନିଂସରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ବାବର ଆଜମ ୧୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଜିମ୍ବାୱେର ରିଆନ୍ ବର୍ଲ ୮୫ତମ ଏବଂ ବ୍ଲେସିଂ ମୁଜାରାବାନି ୨୬ତମ ସ୍ଥାନକୁ ଉଠିଛନ୍ତି।