ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି

ସରିଲା ଅଧରପଣା ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଶେଷ ଦିନ । ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି । ରଥଯାତ୍ରାରେ ଦାରୁବ୍ରହ୍ମ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ବଡ଼ ଦେଉଳ ରତ୍ନବେଦୀକୁ ବିଜେ କରନ୍ତି ଚତୁର୍ଦ୍ଧାବିଗ୍ରହ । ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହ ଦକ୍ଷିଣୀ ଘରେ ବିଜେ କରିବା ପରେ ଚକ୍ରରାଜ ସୁଦର୍ଶନଙ୍କ ଗୋଟି ପହଣ୍ଡି ହୋଇଥିଲା । ଏହାପରେ ଗୋଟି ପହଣ୍ଡିରେ ବାହାରନ୍ତି ବଡ଼ ଠାକୁର ବଳଭଦ୍ର । ବଡ଼ ଭାଇ ପଛେ ପଛେ ଦେବୀ ସୁଭଦ୍ରାଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ । ଶେଷରେ କାଳିଆ ଠାକୁରଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ । ରଥଯାତ୍ରାର ଏହି ଶେଷ ପର୍ବରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରିବା ଦିଗରେ ଗୁରୁତ୍ୱ ଦେବା ସହ ଏନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୂର୍ବ ବର୍ଷ ଭଳି ନିର୍ଦ୍ଧାରିତ ସମୟ ପର୍ବରୁ ମହାପ୍ରଭୁଙ୍କ ପହଣ୍ଡି କରିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ଦଇତାପତି ନିଯୋଗ ମଧ୍ୟ ସହମତି ପ୍ରକାଶ କରିଛନ୍ତି ।

Mahaprabhunkara Niladri Bije 🙇🏻❤️ : r/Odisha

ସେପଟେ ଯଦି ସଅଳ ପହଣ୍ଡି ହୁଏ ତେବେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ପହୁଡ଼ କରାଯିବ । ପରମ୍ପରା ଅନୁଯାୟୀ ଦେଉଳକୁ ପ୍ରବେଶ କରିବା ସମୟରେ ମାନଭଞ୍ଜନ ପାଇଁ ମା ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ କାଳିଆ ସାଆନ୍ତ । ପହଣ୍ଡି ବେଳେ କାଳିଆ ସାଆନ୍ତ ସିଂହଦ୍ୱାରରେ ପହଞ୍ଚିବା ପରେ ବନ୍ଦ ହୋଇଯାଏ ଦ୍ୱାର । ପରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ଠାକୁର । ବିଧି ଅନୁଯାୟୀ ରଥ ନିକଟରେ ଶ୍ରୀଜିଉଙ୍କୁ ଭକ୍ତମାନେ ରସଗୋଲା ଭୋଗ ହେବ । ଗତକାଲି ରଥ ଉପରେ ଠାକୁରଙ୍କ ଅଧରପଣା ନୀତି ହୋଇଥିଲା । ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥିଲା ।

Niladri Bije 2025: Know how Lord Jagannath pacifies Goddess Laxmi...