ଲଗାଣ ବର୍ଷା ଯୋଗୁଁ ଧାମନଗର ଏନ୍ଏସି ଅଞ୍ଚଳରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଧାମନଗର-ଫଳପୁର ରାସ୍ତା, ହବିବ୍ ନଗର ମୁଖ୍ୟ ରାସ୍ତା ଏବଂ ବ୍ଲକ୍କୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପ୍ରଭାବିତ ଅଞ୍ଚଳକୁ ନିଜେ ଗସ୍ତ କରି ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ସମସ୍ୟା ଓ ଅସୁବିଧା ବିଷୟରେ ପଚାରି ବୁଝିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।