ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ଭୁବନେଶ୍ଵର: ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା । ନଭେମ୍ବର ୩ୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା ନେଇ ବିଜ୍ଞପ୍ତି । OSSSC ପକ୍ଷରୁ ପରୀକ୍ଷା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ସବୁ ଜିଲ୍ଲାରେ ପରୀକ୍ଷା ହେବା ନେଇ ସୂଚନା ଜାରି ।

ପୂର୍ବରୁ ଏହି ପରୀକ୍ଷାର ମେନ୍ସ ୨୦୨୫ରେ ରଦ୍ଦ ହୋଇଥିଲା ଏବଂ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନୂତନ ପ୍ରିଲିମ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ପ୍ରିଲିମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମେନ୍ସ ଓ କମ୍ପ୍ୟୁଟର୍ ସ୍କିଲ୍ ଟେଷ୍ଟ୍ ହେବ। ପୂର୍ବରୁ ଆବେଦନ କରିଥିବା ସମସ୍ତ ଆଶାୟୀ ପରୀକ୍ଷା ଦେଇପାରିବେ । ଫଳରେ ୫ଲକ୍ଷ ୫୮ ହଜାର ୧୨୮ ଆବେଦନକାରୀ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି ।