ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ସକାଶେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କରିଲେ ଗ୍ରାମବାସୀ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହୋଇ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଉପର ରୁଇସିଙ୍ଗ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା ସକାଶେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତଳ ରୁଇସିଙ୍ଗ ଠାରୁ ଉପର ରୁଇସିଙ୍ଗ ଦେଇ ମୁରେଇ ସାହି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ ସକାଶେ ଅଭିଯୋଗ ଶୁଣାଣିରେ ଗୁହାରି କରିଛନ୍ତି ।

ପ୍ରକାଶ ଥାଉ କି ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଡମ୍ବାଳ ଗ୍ରାମ ପଞ୍ଚାୟତ ଅଧିନସ୍ତ ଉପର ରୁଇସିଙ୍ଗ ଆଜକୁ ସ୍ଵାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ପକ୍କା ରାସ୍ତାଟିଏ ନାହିଁ ଯାହା ଫଳରେ ନାନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଶିକ୍ଷା ସ୍ବାସ୍ଥ୍ୟ ଗମନା ଗମନ କୃଷି କ୍ଷେତ୍ରରେ ପନିପରିବା ଧରି ଠିକ୍ ସମୟରେ ପହଞ୍ଚି ପାରୁ ନାହୁ, ଆମ୍ବୁଲାନ୍ସ ଯାଇ ପାରୁ ନାହିଁ ବୋଲି ଗ୍ରାମବାସୀ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କ ଅଭିଯୋଗରେ ଅଭିଯୋଗ କରିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିଲେ ଗ୍ରାମବାସୀ ଉପକୃତ ହୋଇ ପାରିବେ ।
