ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାୟାଧର ମାନସିଂହ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ରେ ମା ପାଇଁ ଗଛଟିଏ ବନ ମହୋତ୍ସବ ସପ୍ତାହ ର ଅନ୍ତିମ ଉତ୍ସବ ପାଳିତ ହୋଇଯାଇଛି। ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଜ୍ବଳନ କରି ସଚେତନତା ସଭା କୁ ଉଦଘାଟନ କରିଥିଲେ। ଉକ୍ତ ସଭାରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ନନ୍ଦଳା ବନପାଳ ଦିଲୀପ କୁମାର ସ୍ୱାଇଁ, ବ୍ରାହ୍ମଣ ଦେଓ ବନରକ୍ଷୀ ସନ୍ତୋଷ କୁମାର ସାହୁ, ନବା ବନରଖି ସତ୍ୟରଞ୍ଜନ ରଥ, ବନ ସହକର୍ମୀ ଗଣ ସହଯୋଗ କରିଥିଲେ। ମାୟାଧର ମାନସିଂହ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ବେହେରାସଭାରେ ସଭାପତିତ୍ବ କରିଥିଲେ। ,ଶିକ୍ଷକ ବିଷ୍ଣୁ ପ୍ରସାଦ ଦଳେଇ, ବିକ୍ରମ କୁମାର ବିଶ୍ୱାଳ, ଲକ୍ଷଣ କୁମାର ଦଳେଇ, ଜଗନାଥ ବେହେରା, ଇକୋ କ୍ଳବ ଦାୟିତ୍ୱ ରେ ଥିବା ସ୍ଵାଗତିକା ପାଢ଼ୀ, ସି ଆର ସି ସି ପ୍ରଶାନ୍ତ କୁମାର ନାୟକ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, କର୍ମଚାରୀ ଯୋଗ କରିଥିଲେ।
ବୃକ୍ଷ କିପରି ମନୁଷ୍ୟ ର ଉପକାର କରିଥାଏ। ଗୋଟିଏ ଗଛ ମଣିଷ କୁ କେତେଟଙ୍କା ର ସାହାଯ୍ୟ କରିଥାଏ, କିପରି ମନୁଷ୍ୟ କୁ ବଞ୍ଚିବାରେ ସହଯୋଗ କରିଥାଏ ଅତିଥିମାନେ ଉଦାହରଣ ସହ ସଚେତନ କରିଥିଲେ। ଗଛ ଲଗାଇବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ଶପଥ ନେଇଥିଲେ। ତେଣୁ ବୃକ୍ଷ କୁ ନଷ୍ଟ ନ କରି ପରିବେଶ ସୁରକ୍ଷା ସହ ଜୀବନ ରକ୍ଷା କରିବା ପାଇଁ ଅତିଥି ମାନେ ସମସ୍ତ ଙ୍କୁ ଅନୁରୋଧ କରିଥିଲେ। ବିଦ୍ୟାଳୟ ପରିସର ମଧ୍ୟରେ ବହୁ ବୃକ୍ଷ ରୋପଣ ମଧ୍ୟ କରିଥିଲେ। ବନ ବିଭାଗ ର ଏ ପ୍ରକାର ସଚେତନତା କାର୍ଯ୍ୟକ୍ରମ କୁ ଶିକ୍ଷାବିତ ମାନେ ଖୁବ ପ୍ରଶଂସା କରିଛନ୍ତି।