କଟକ:- ଏହି ବର୍ଷ ଜଗତପୁରରେ ବଡ଼ ଧୁମ୍ ଧାମରେ ପାଳନ ହେବାକୁ ଯାଉଛି ଗଣେଶ ମହୋତ୍ସବ। ତେବେ ପୂଜାପୂର୍ବରୁ ଜଗତପୁର ୪୯ ନମ୍ବର ୱାର୍ଡ ତରୋଳ ପୂଜା କମିଟି ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ ଏବଂ ୧୯ତମ ଗଣେଶ ମହୋତ୍ସବ ନିମନ୍ତେ ପୂଜା ମଣ୍ଡପ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କମିଟି ସଭାପତି କୁଳମଣି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମହୋତ୍ସବ ଶୃଙ୍ଖଳାର ସହ ପରିଚାଳନା କରାଯିବା ସହ ବିସ୍ତୃତ ଆଲୋଚନା ହୋଇଇଥିଲା ।ପ୍ରତି ବର୍ଷ ଭଳି ଏ ବର୍ଷ ୮ ଦିନ ବ୍ୟାପି ମହୋତ୍ସବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କମିଟି ପକ୍ଷରୁ ରୌପ୍ୟଜୟନ୍ତୀ ପାଳନ ହେବା ସହିତ ମହୋତ୍ସବ ୧୨ଦିନ ବ୍ୟାପି ଅୟୋଜନ କରାଯିବ । ତେବେ ପ୍ରତି ଦିନ ସଂନ୍ଧ୍ୟାରେ ବିଭିନ୍ନ ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରାଚୀନ କଳା ସଂସ୍କୃତିର ଝଲକ, ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବା ସହ ବିଭିନ୍ନ ବ୍ୟକ୍ତି ବିଶେଷ ଓ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯିବ । ଏଥିସହିତ ଚକ୍ଷୁ ଚିକିତ୍ସା ଶିବିର ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।