ଭୋଟ ଚୋରି ପ୍ରସଙ୍ଗ: ଅପରାହ୍ନରେ ECଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୩ଟାରେ ନିର୍ବାଚନ କମିଶନଙ୍କ ସାମ୍ୱାଦିକ ସମ୍ମିଳନୀ । ନୂଆଦିଲ୍ଲୀର ରାଷ୍ଟ୍ରୀୟ ମିଡ଼ିଆ କେନ୍ଦ୍ରରେ ପ୍ରେସ୍‌ମିଟର ଆୟୋଜନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ଘୋଷଣା ସହ ନିର୍ବାଚନ ଅପଡେଟ୍‌ ସେୟାର୍ କରିପାରନ୍ତି EC । ଆଗାମୀ ନିର୍ବାଚନ ଓ ଭୋଟର ତାଲିକା ସଂଶୋଧନ ନେଇ ଦେଇପାରନ୍ତି ସୂଚନା । ବିରୋଧୀଙ୍କ ‘ଭୋଟ ଚୋରି’ ଅଭିଯୋଗର ବି ଦେଇପାରନ୍ତି ଜବାବ । ତେବେ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ନେଇ ଏବେ ଅଡୁଆରେ ପଡ଼ିଛନ୍ତି ନିର୍ବାଚନ କମିଶନ । ୨୦୨୪ ସାଧାରଣ ନିର୍ବାଚନରେ ବହୁତ ଗଡ଼ବଡ଼ି ହୋଇଥିବା କହିଛନ୍ତି ରାହୁଲ ଗାନ୍ଧୀ । ବିଶେଷ କରି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକରେ ଭୋଟ୍ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ରାହୁଲ । ଅନ୍ୟପଟେ ଓଡ଼ିଶାରେ ୪୨ ଲକ୍ଷ ଭୋଟ ଚୋରୀ ହୋଇଛି ବୋଲି ଅଭିଯୋଗ କରିଛୋ କଂଗ୍ରେସ । ସୁନ୍ଦରଗଡ଼ ଜିଲ୍ଲା ତଳସରା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ବୁଥରେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ଲିଷ୍ଟ ଠାରୁ ଅଧିକ ମତଦାନ ହୋଇଛି ଏହା ସିଧାସଳଖ ଭୋଟ ଚୋରୀ ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।