ଘର ଘର ତିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି

ଦଶପଲ୍ଲା:- ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଏକ ଭବ୍ୟ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ନୁଆଗାଁ ନିକଟସ୍ଥ ପଞ୍ଚୁପାଣ୍ଡବ ଠାରୁ ଆରମ୍ଭ ହୋଇ ଦଶପଲ୍ଲା ର କୁଆଁରିଆ ପର୍ଯ୍ୟନ୍ତ ବିଭିନ୍ନ ଗାଁ ଓ ସହର ମଧ୍ୟରେ ଗତି କରିଥିଲା । ଏହି ଅବସରରେ ବିଜେପି ରାଜ୍ୟ ସଭାପତି ଓ ସାଂସଦ ଜନସାଧାରଣଙ୍କୁ ଦେଶପ୍ରେମ, ଜାତୀୟ ଏକତା ଓ ଗର୍ବର ବାର୍ତ୍ତା ଦେଇଛନ୍ତି । ଶୋଭାଯାତ୍ରାରେ ହଜାର ହଜାର ବିଜେପି ସଂଗଠନ,କାର୍ଯ୍ୟକର୍ତ୍ତା, ଯୁବ ସଂଗଠନ ଓ ଅନ୍ୟ ଶ୍ରେଣୀର ଲୋକମାନେ ଉତ୍ସାହଭରା ଭାବେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପ୍ରେମ ଓ ତିରଙ୍ଗା ପ୍ରତି ଗର୍ବ ଉତ୍ପନ୍ନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶୋଭାଯାତ୍ରା ମାଧ୍ୟମରେ ଦଶପଲ୍ଲା ଅଞ୍ଚଳରେ ଏକ ନୂଆ ଉତ୍ସାହର ସୃଷ୍ଟି ହୋଇଛି ।