ଏଫ୍‌ଏମ୍‌ ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଇଛନ୍ତି ଜଣେ ଛାତ୍ରୀ

ବାଲେଶ୍ୱର-: କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ। ଏଭଳି ଏକ ଅଘଟଣ ଶନିବାର ବାଲେଶ୍ୱର ଏଫ୍‌ଏମ୍‌ ମହାବିଦ୍ୟାଳୟରେ ଘଟିଛି। ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀ ଜଣକ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏଫ୍‌ଏମ୍‌ ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଇଛନ୍ତି । ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡି ଯାଇଥିବା ବେଳେ ପ୍ରଥମେ ବାଲେଶ୍ୱର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି । ଅଧ୍ୟାପକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀ ଜଣକ ଧାରଣାରେ ବସିଥିଲେ ବୋଲି ସୂଚନା ମିଳିଛି।