ଛତିଶଗଡ଼-: ଛତିଶଗଡ଼ ଜଙ୍ଗଲରୁ ମିଳିଥିବା ୧୦ ଆଇଇଡି ବୋମାକୁ ଡିଫ୍ୟୁଜ କଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀର ସ୍ଵତନ୍ତ୍ର ବୋମା ନିଷ୍କ୍ରିୟକାରୀ ଦଳ ଏସବୁକୁ ଡିଫ୍ୟୁଜ କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ର ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀମାନେ ୪ ଟନ ଓଜର ବିସ୍ଫୋରକ ଲୁଟି ନେବା ପରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ପୋଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଥିବା ସମୟରେ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରୁ ୧୦ ଆଇଇଡି ବୋମା ମିଳିଥିଲା । ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବୋମା ଗୁଡିକ ଖଞ୍ଜିଥିଲେ ।