କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ କୋଭିଡ୍‌ ସମୀକ୍ଷା ବୈଠକ

ନୂଆଦିଲ୍ଲୀ-: ଦେଶରେ କଡ଼ ଲେଉଟେଉଛି ଭୟଙ୍କର କରୋନା। ଭାରତର ବିଭିନ୍ନ ସ୍ଥାନରେ ଏବେ କରୋନା ରୋଗୀ ଚିହ୍ନଟ ହେବା ଆରମ୍ଭ ହେଲାଣି । ଦେଶରେ ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ୨୩ ମେ’ରେ ଦେଶରେ ନୂଆ ୨୯ ମାମଲା ରେକର୍ଡ କରାଯାଇଥିଲା । ଗୁଜରାଟ ଅହମଦାବାଦରୁ ୨୦, ୟୁପିରୁ ୪ ଓ ହରିୟାଣାରୁ ୫ ମାମଲା ସାମ୍ନାକୁ ଆସିଥିଲା । ସେହିପରି ବେଙ୍ଗାଲୁରୁରେ ୯ ମାସର ଏକ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି ।  କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

ତେଣୁ ପୂର୍ବରୁ କରୋନା ଯେଉଁଭଳି ଭୟଙ୍କର ରୂପ ଧାରଣ କରିଥିଲା, ଏବେ ଯଦି ସେପରି କିଛି ପରିସ୍ଥିତି ଆସେ, ତା ପୂର୍ବରୁ ସତର୍କ ରହିଛି ସ୍ୱାସ୍ଥ୍ୟ ବିଭାଗ । ଆସନ୍ତା ୨୮ ତାରିଖରେ କୋଭିଡ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିବେ । କୋଭିଡ୍‌, ନିପା, ଇନ୍‌ଫ୍ଲୁଏଞ୍ଜା ପରି ଭୂତାଣୁ ନେଇ ସମୀକ୍ଷା ହେବ । ସେଥିପାଇଁ ନୂଆ ଗାଇଡଲାଇନ୍ ଆସିପାରେ ବୋଲି ଅନୁମାନ କରାଯାଉଛି ।