ଭାରତର ସ୍ଥଳ ସୀମା ଓ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଛି ଇସ୍ରୋ

ନୂଆଦିଲ୍ଲୀ-: ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି । ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ଇସ୍ରୋ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।

ଭାରତର ସ୍ଥଳ ସୀମା ଓ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଛି ଇସ୍ରୋ । ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ କହିଛନ୍ତି ଯେ, ଭାରତର ସ୍ଥଳ ଓ ଜଳ ସୀମା ଉପରେ ଇସ୍ରୋର ୧୦ଟି ସାଟେଲାଇଟ ୨୪ ଘଣ୍ଟିଆ ନଜର ରଖିଛି । ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ତଥ୍ୟ ଏବଂ କୌଣସି ସଙ୍ଗଠନର ସନ୍ଦେହମୂଳକ କାର୍ଯ୍ୟକଳାପ ବିଷୟରେ ତଥ୍ୟ ପ୍ରଦାନ କରୁଛନ୍ତି ଏହି ସାଟେଲାଇଟ ।

ନାରାୟଣ ଆହୁରି କହିଛନ୍ତି, ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଚାହିଁବା, ତା’ହେଲେ ଆମକୁ ନିରନ୍ତର ଭାବେ ଉତ୍ତର ଅଞ୍ଚଳ ଏବଂ ସାମୁଦ୍ରିକ ଅଞ୍ଚଳ ଉପରେ ନଜର ରଖିବାକୁ ପଡିବ । ସାଟେଲାଇଟ ଏବଂ ଡ୍ରୋନ ଟେକ୍ନୋଲୋଜି ବିନା ଦେଶକୁ ପୂର୍ଣ୍ଣ ସୁରକ୍ଷା ଦେଇ ପାରିବା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ସାଟେଲାଇଟ ଦ୍ୱାରା ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖାଯାଇଛି। ପାକିସ୍ତାନ ସହ ଅନ୍ୟ ଶତ୍ରୁଙ୍କ ଉପରେ ମଧ୍ୟ ଇସ୍ରୋ ନଜର ରଖିଛି । ଦେଶର ସୁରକ୍ଷା ପାଇଁ ସାଟେଲାଇଟ କାମ କରୁଥିବା ସେ କହିଛନ୍ତି । ଛାତ୍ରୀଛାତ୍ରଙ୍କୁ ମହାକାଶ ବିଜ୍ଞାନ ଓ ଟେକ୍ନୋଲୋଜି ଉପରେ ଅଧ୍ୟୟନ ମକରି ଦେଶର ପ୍ରଗତିରେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ ।