ରାୟପୁର-: ଛତିଶଗଡ଼ର ବିଜାପୁର ଜିଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରରେଗୁଟ୍ଟା ପାହାଡ଼ର ଏକ ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳିବନିମୟ ପରେ ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲଙ୍କ ମୃତଦେହ ସହ ଏକ ୩୦୩ ରାଇଫଲ୍ ଉଦ୍ଧାର କରାଯାଇଥିଲା । ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରରେଗୁଟ୍ଟା ପାହାଡ଼ରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏକ ବିଶାଳ ନକ୍ସଲ ବିରୋଧୀ ଅଭିଯାନ ଚଳାଇ ଆସୁଥିଲେ ।
ତେବେ ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଜୋରଦାର ଅପରସେନ୍ ଜାରି ଥିବା ବେଳେ ନକ୍ସଲ ସଂଗଠନ ବାରମ୍ବାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ନିବେଦନ କରୁଛନ୍ତି । କିନ୍ତୁ ନକ୍ସଲମାନେ ସୁଯୋଗ ପାଇଲେ ହିଂସାତ୍ମକ ଗତିବିଧିରୁ ପଛାଉ ନାହାନ୍ତି ।