ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର-: ଆୟୁଷ୍ମାନ କାର୍ଡକୁ ନେଇ ତୁଟୁନି ଅଡୁଆ । ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଯାଇ ରୋଗୀ ହଇରାଣ ହେବା ପରେ ସରକାର ପଦକ୍ଷେପ ନେଇଛନ୍ତି । ତାଗିଦ୍ କରି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ୍ବ ନାହିଁ ଏବଂ ଏହି ଯୋଜନା ଅନ୍ତର୍ଗତ ହୀତାଧିକାରୀ ଯଦି ଅବହେଳା ହୁଅନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠନ ହେବ ।
ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସହ ଆୟୁଷ୍ମାନରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ୍ବ ନାହିଁ ଯାହା କିଛି ବୈଷୟିକ ସମସ୍ୟା ରହିଛି ତାର ସମସ୍ୟାର ସମାଧାନ ନେଇ ଆଲୋଚନା ଚାଲିଛି । ସେହିପରି ଘରୋଇ ହସ୍ପିଟାଲ ପ୍ୟାକେଜ ବୃଦ୍ଧି ଦାବି ଉପରେ ମଧ୍ୟ ବିଚାର କରାଯିବ । ଆସୁଥିବା ବିଭିନ୍ନ ମତାମତକୁ ସବୁ ଦିଗକୁ ନେଇ ନେଇ ବିଚାର ଚାଲିଛି । ପ୍ୟାନ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟୱର୍କ ଓ ଓଟିପି ସମସ୍ୟା ରହିଛି । ସମସ୍ୟା ସମାଧାନ ନେଇ ଆଲୋଚନା ଚାଲିଛି । ରୋଗୀଙ୍କୁ ଅବହେଳା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠନ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।