ବ୍ୟୁରୋ : ବଲିଉଡ୍ ର ଦୁଇ ପ୍ରତିଷ୍ଠିତ ହିରୋ ହିରୋଇନ ଦେବାକୁ ଯାଉଛନ୍ତି ଖୁସି ଖବର । ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଘରକୁ ଛୋଟ ଅତିଥି ଆସିବାକୁ ଯାଉଥିବା ଜଣାପଡିଛି । ପୋଷ୍ଟ ଦେଖି ଷ୍ଟାର ଦମ୍ପତିଙ୍କୁ ଦର୍ଶକ ଶୁଭେଚ୍ଛା ଜଣାଉଛନ୍ତି ।
ଇନ୍ଷ୍ଟାଗ୍ରାମରେ ଜଏଣ୍ଟ ପୋଷ୍ଟ ସେୟାର କରି ପ୍ରେଗନ୍ସୀ ଘୋଷଣା କରିଛନ୍ତି ଷ୍ଟାର କପଲ୍ । ଉକ୍ତ ପୋଷ୍ଟରେ ଦୁଇ ଜଣଙ୍କ ହାତ ରହିଛି । ଆଉ ହାତ ଉପରେ କ଼ୁନି ପିଲାଙ୍କ ମୋଜା ରଖାଯାଇଛି । କ୍ୟାପସନ୍ ରହିଛି ; (ଦି ଗ୍ରେଟେଷ୍ଟ ଗିଫ୍ଟ ଅଫ୍ ଆୱର୍ ଲାଇଫ… କମିଙ୍ଗ ସୁନ୍ ) ଆମ ଜୀବନର ସବୁଠାରୁ ବଡ ଉପହାର ଖୁବ୍ ଶୀଘ୍ର ଆସିବାକୁ ଯାଉଛି ।
ତେବେ ନିକଟରେ ଦୁହିଁଙ୍କ ବିବାହକୁ ୨ବର୍ଷ ପୁରିଛି । କିଆରା ଏବଂ ସିଦ୍ଧାର୍ଥଙ୍କ ଦେଖା ୨୦୨୧ ମସିହା ଫିଲ୍ମ ‘ଶେରସାହା’ରେ ହୋଇଥିଲା । ପରମବୀରଚକ୍ର ଦିବଙ୍ଗତ କ୍ୟାପଟେନ ବିକ୍ରମ ବତ୍ରା ଭୂମିକାରେ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିଥିଲେ । କିଆରା ତାଙ୍କ ବାନ୍ଧବୀ ଡିମ୍ପଲ ଚିମା ଭୂମିକାରେ ନଜର ଆସିଥିଲେ । ଫିଲ୍ମର ସୁଟିଂ ସେଟରେ ଦୁହିଁଙ୍କ ମଧ୍ୟରେ ନିବିଡତା ପ୍ରେମର ରୂପ ନେଇଥିଲା । ଆଉ ଏହାପରେ ଦୁହେଁ ପରସ୍ପରକୁ ଡେଟ୍ କରିଥିଲେ ।
ଦୁଇ ବର୍ଷର ଡେଟିଂ ପରେ ୨୦୨୩ ମସିହା ଫେବୃଆରୀ ୭ ତାରିଖରେ ଜୈସଲମୈରର ସୂର୍ୟ୍ୟଗଢ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ବିବାହ ଉତ୍ସବରେ ପରିବାର ସଦସ୍ୟଙ୍କ ସହିତ କିଛି ଘନିଷ୍ଠ ସାଙ୍ଗ ସାମିଲ ହୋଇଥିଲେ । ଏହାପରେ ମୁମ୍ବାଇରେ ଦୁହେଁ ଏକ ରିସେପସନ ପାର୍ଟି ଦେଇଥିଲେ । ବିବାହର ଦୁଇବର୍ଷ ପରେ ଖୁସି ଖବର ଦେବେ ଦମ୍ପତି ।
ଖୁବଶୀଘ୍ର କିଆରା ରଣବୀରଙ୍କ ସାଙ୍ଗରେ ଫିଲ୍ମ ‘ଡନ୍-୩’ରେ ନଜର ଆସିବେ । ସେହିପରି ସିଦ୍ଧାର୍ଥ ‘ପରମସୁନ୍ଦରୀ’ ଫିଲ୍ମର ସୁଟିରେ ବ୍ୟସ୍ତ ରହିଛନ୍ତି । ଏଥିରେ ଜାହ୍ନବୀ କପୁର ଙ୍କ ସହ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ ।