ଭୁବନେଶ୍ଵର: ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍। ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ରାଉରକେଲା ବିଧାୟକଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ପ୍ରତିପକ୍ଷ ଦିଲ୍ଲୀପ ରାୟଙ୍କ ମାମଲା ଆଧାରରେ ଅଦାଲତ ତାଙ୍କୁ ଏହି ନୋଟିସ୍ କରିଛନ୍ତି। ଅଗଷ୍ଟ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।