ରଥଯାତ୍ରା ଦେଖିବା ପାଇଁ ବୈପାରିଗୁଡା ସହରକୁ ଭକ୍ତଙ୍କ ସୁଅ ଛୁଟିଛି

ବୈପାରିଗୁଡା;( ଯୋଗେନ୍ଦ୍ର ପଟ୍ଟନାୟକ);-ରଥଯାତ୍ରା ଦେଖିବା ପାଇଁ ବୈପାରିଗୁଡା ସହରକୁ ଭକ୍ତଙ୍କ ସୁଅ ଛୁଟିଛି । ପହଣ୍ଡି ବିଜେ ସମୟରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ସୃଷ୍ଟି ହୋଇଥିଲା ଯେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଓ ମଝି ମଝିରେ ଟିକେ ଝିପ୍ ଝିପ୍ ବର୍ଷା ସଭ୍ୱେ ଜୟ ଜଗନ୍ନାଥ ଧ୍ୱନିରେ, ହରିବୋଲ ,ହୁଳହୁଳି ଧ୍ୱନୀରେ କମ୍ପି ଉଠିଥିଲା ବୈପାରିଗୁଡା ବଡଦାଣ୍ଡ । ଶାନ୍ତିଶୃଙ୍ଗଳା ରକ୍ଷା ପାଇଁ ବୈପାରିଗୁଡା ଥାନା ଅଧିକାରୀ ଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ରଥ ପାଖରେ ଓ ବିଭିନ୍ନ ଛକ ଜାଗାରେ ମୃତୟନ ହୋଇଥିଲେ । ସେହି ପରି ଭାବେ ଅଗ୍ନିଶମ ବିଭାଗର ଓଆଇସି  ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବିଦ୍ୟୁତ୍ ବିଭାର କର୍ମଚାରୀ ମାନେ ମଧ୍ୟ ଏହି ରଥଯାତ୍ରା ଅବସରରେ ସହଯୋଗ କରିଥିବାର ଦେଖିବାକୁ ମିଳିଛି ।