ଭୁବନେଶ୍ଵର: ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ବିଭାଗୀୟ ସଚିବ ଓ ଜିଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି। ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟ କ୍ରମଚାଲିବ। ସେଥିପାଇଁ ୩୦ ତାରିଖ ପର୍ଯ୍ୟନ୍ତ କାହାରିକୁ ଛୁଟି ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି। ଏପରିକି ସରକାରୀ ଛୁଟି ଦିନରେ ମଧ୍ୟ ଅନୁପସ୍ଥିତ ନ ରହିବାକୁ କୁହାଯାଇଛି। କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ।
ସୂଚନା ଅନୁଯାୟୀ,ଆସନ୍ତାକାଲି ରାଜ୍ୟରେ ନୂଆ ସରକାର ଶପଥଗ୍ରହଣ ହେବ। ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ। ଏଣୁ ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସରକାରୀ ଛୁଟିଦିନ ଗୁଡିକରେ ମଧ୍ୟ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।