ଓଡିଶାର ୭୩୦୩ ବୁଥରେ ଭୋଟ ଦେଉଛନ୍ତି ମତଦାତା

 ଭୁବନେଶ୍ୱର:ଭୋଟ ଦେଉଛି ଓଡିଶା । 7303 ବୁଥରେ ଭୋଟ ଦେଉଛନ୍ତି ମତଦାତା । ଭୋର 5.30 ମକ ପୋଲ ହୋଇଛି । ମକ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଛି । ଏହାକୁ ରିପ୍ଲେସ କରାଯାଇଛି । 7303 ବୁଥରୁ ବାଲଟ ୟୁନିଟ 52 ରିପ୍ଲେସ ହୋଇଛି । କଣ୍ଟ୍ରୋଲ ୟୁନିଟ 58 ପରିବର୍ତ୍ତନ ହୋଇଛି । ଭିଭିପାଟ 43 ପରିବର୍ତ୍ତନ ହୋଇଛି । ଏହା ମୋଟ ବୁଥର 1 ପ୍ରତିଶତରୁ କମ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହୋଇଛି । ଯେଉଁଠି 10 ଟି ବାଲଟ ୟୁନିଟ, 41ଟି କଣ୍ଟ୍ରୋଲ ୟୁନିଟ ଓ 19ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଇଭିଏମ କମିଶନ ବେଳେ ଏଠାରେ ସମସ୍ୟା ରହିବ ବୋଲି ସୂଚନା ରହିଥିଲା । ସେଥିପାଇଁ 50 ପ୍ରତିଶତ ଅଧିକ ଇଭିଏମ କମିଶନ ହୋଇଛି ।  ମକ ପୋଲ ସମୟରେ ଏହି ତ୍ରୁଟି ଜଣାପଡିଯାଏ । ସେଥିପାଇଁ ଭୋଟରଙ୍କୁ ବ୍ୟସ୍ତ ହେବାର ନାହିଁ । 25 ପ୍ରତିଶତ ବାଲଟ ୟୁନିଟ ଓ କଣ୍ଟ୍ରୋଲ ୟୁନିଟ କମିଶନ ହୋଇଥାଏ । 35 ପ୍ରତିଶତ ଭିଭିପାଟ ଥାଏ ।  4 ଲୋକସଭା କ୍ଷେତ୍ରର ସମସ୍ତ ଭୋଟରଙ୍କୁ ମୁଁ ଆଶ୍ୱସ୍ତ କରୁଛି । ଯେଉଁଠାରେ ଇଭିଏମ ତ୍ରୁଟି ହେବ 30 ମିନିଟ ଭିତରେ ଆମେ ସମାଧାନ କରିଦେବୁ । ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ପାଗ ଅନୁକୂଳ ଥିବାରୁ ବହୁ ଲୋକ ବୁଥ ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ସବୁବେଳେ ଭଲ ଭୋଟିଂ ହୋଇଥାଏ । ଆଜି ବି  ସ୍ୱାଭିମାନ ଅଞ୍ଚଳ ମାଲକାନଗିରିରେ 2019 ନିର୍ବାଚନରେ 23 ବୁଥର ଜନସାଧାରଣ ବିଏସଏଫ କ୍ୟାମ୍ପ ଜନତା ପାଇରେ ଭୋଟ ଦେଇଥିଲେ । କିନ୍ତୁ ଏଥର ସେମାନେ ନିଜ ଗାଁ ରେ ଭୋଟ ଦେଉଛନ୍ତି । ଏହା ସବୁଠାରୁ ଅଧିକ ଖୁସିର କଥା । 10 ଟି ବୁଥରେ ଭୋଟିଂ ଶୁନ୍ୟ ଥିଲା । ଏଥର ଲୋକ ବୁଥକୁ ଆସି ଭୋଟ ଦେବାକୁ ଛିଡ଼ା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଦୃଢ଼ ହୋଇଥିବାରୁ ଏହା ସମ୍ଭବ ହୋଇଛି ।  ସଞ୍ଜୟ ସିଂ କହିଛନ୍ତି ଯେ, କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ନେଇ ଅଭିଯୋଗ ଆସିନାହିଁ । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ମୋବାଇଲ ପେଟ୍ରୋଲିଂ ଚାଲିଛି । 5 ଲେୟାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।